ବିଜେଡିରେ ଯୋଗ ଦେଲେ ପାରଳା ରାଣୀ କଲ୍ୟାଣୀ ଦେବୀ

ପାରଳାଖେମୁଣ୍ଡି: ପାରଳା ରାଣୀ କଲ୍ୟାଣୀ ଦେବୀ ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ(ବିଜେଡି)ରେ ଯୋଗ ଦେଇଛନ୍ତି। ସେ ନିଜ ସମର୍ଥକଙ୍କ ସହ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ଭେଟିଥିଲେ। ପୂର୍ବରୁ ସେ ବିଜେଡିରେ ଯୋଗ ଦେବେ ବୋଲି ଘୋଷଣା ହୋଇଥିବା ବେଳେ ମଙ୍ଗଳବାର ସେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି।

ରାଣୀଙ୍କ ନିକଟତମ ବ୍ୟକ୍ତି ତଥା ପୂର୍ବତନ ବିଜେଡି ଜିଲ୍ଲା ସଭାପତି ବସନ୍ତ ଦାଶ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ, ୨୬ ତାରିଖରେ ୩୦୦ ସମର୍ଥକଙ୍କ ସହ ସ୍ୱତନ୍ତ୍ର ଗାଡ଼ିରେ ଭୁବନେଶ୍ୱର ନବୀନ ନିବାସକୁ ଯାଇ ବିଜେଡିରେ ଯୋଗଦେବେ।

ସୂଚନାଯୋଗ୍ୟ ଯେ ରାଣୀ କଲ୍ୟାଣୀ ଦେବୀ ରାଜନୀତିରେ ପାଦ ଥାପିବା ନେଇ ଗଣ ମାଧ୍ୟମରେ ଜୋରରେ ଆଲୋଚନା ହେଉଥିଲା।

ସମ୍ବନ୍ଧିତ ଖବର