ଗଜପତି ଜିଲ୍ଲା ଦୌରାଜଜଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟନ କଲେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ପାରଳାଖେମୁଣ୍ଡି: ଆଜି ପାରଳାଖେମୁଣ୍ଡି ସହରରେ ଉଦଘାଟନ ହୋଇଛି ବହୁ ପ୍ରତିକ୍ଷିତ ଜିଲ୍ଲା ଦୌରାଜଜଙ୍କ କାର୍ଯ୍ୟାଳୟ । ସାଢେ ୨ ୧ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠାକୁ ଅନଲାଇନ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରାଯାଇଛି। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଏହାକୁ ଉଦଘାଟନ କରିଥିବା ବେଳେ ତାଙ୍କ ସହ ଅତିଥି ଭାବେ ଗଜପତି ଜିଲ୍ଲାର ପ୍ରକ୍ଟୋକଲ ଜଜ ଜଷ୍ଟିସ୍ ସଞ୍ଜିବ କୁମାର ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ଜିଲ୍ଲା ଦୌରାଜଜ ବିଶ୍ବଜିତ ଦାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗଜପତି ଜିଲ୍ଲାରେ ଧୀରେ ଧୀରେ ବିଭିନ୍ନ ଅଂଚଳରେ ଆଦାଲତ ଖୋଲାଯିବା ସହ ଲୋକଙ୍କୁ ନ୍ୟାୟ ଦେବା ପାଇଁ ପ୍ରୟାସ କରାଯାଉଛି । ପାରଳାଖେମୁଣ୍ଡିରେ ପରିବାର ଅଦାଲତ ଏବଂ ଭିଜିଲାନ୍ସ ଅଦାଲତ ମଧ୍ୟ ଅତିଶୀଘ୍ର ହେବା ସମ୍ଭାବନା ରହିଛି । ତେଣୁ ସମସ୍ତେ ଯେଭଳି ନ୍ୟାୟ ପାଇବେ ସେ ଦିଗରେ ସମସ୍ତେ କାମ କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।

ସେହିଭଳି ଜିଲାପାଳ ଅନୁପମ ଶାହା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ଦୀର୍ଘଦିନର ଆବଶ୍ୟକତା ଥିଲା । ଆଜି ତାର ଶୁଭ ଉଦଘାଟନ ହୋଇଛି । ତେଣୁ ଏହା ସମସ୍ତଙ୍କ ପାଇଁ କାମରେ ଆସିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘ ସଭାପତି ରାମନାଥ ମିଶ୍ର, ସଂପାଦକ କୃଷ୍ଣ ମୋହନ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ପାଣ୍ଟଲା ପ୍ରସାଦ ରାଓ, ବିଭୂତି ପାତ୍ର,ବାବୁଲି ପାଢୀ, ଉମେଶ ପ୍ରସାଦ ରଥ, ଆଦର୍ଶ ଦାଶ, ଉପେନ୍ଦ୍ର ନାୟକ, ଜେନ୍ନା ସୁବାଷ ପ୍ରମୁଖଙ୍କ ସମେତ ସମସ୍ତ ଆଇନଜୀବି ଏବଂ ବୁଦ୍ଧିଜୀବି ସାମିଲ ହୋଇଥିଲେ ।

ଏହା ସହ ଅତିରିକ୍ତ ଜିଲ୍ଲା ଦୌରାଜଜ ଅରୁଣ କୁମାର ସାହୁ, ସିଜେଏମ ମାନସ କୁମାର ପଣ୍ଡା, ସିନିୟର ସିଭିଲ ଜଜ୍ ଦୀପା ଦାସ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଂପାଦକ ବ୍ୟୋମକେଶ ନାୟକ,କୋର୍ଟ ରେଜିଷ୍ଟ୍ରର ଶୁଭଶ୍ରୀ ପ୍ରଧାନ, ଏସଡିଜେଏମ ଚନ୍ଦ୍ରହାସ ବେହେରା, ଜେଏମଏଫସି ବନିଲ କୁମାର ଖଟେଇ, ଜେଏମଏସସି ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ, ମୋହନା ଜେଏମଏଫସି ଅନନ୍ୟା ଦାସ, ରା.ଉଦୟଗିରି ସିନିୟର ସିଭିଲ ଜଜ୍ ବିଶ୍ଳେଶ୍ୱର ବିଶ୍ୱ ପ୍ରକାଶ ରାୟ, ରା.ଉଦୟଗିରି ନେଏମଏଫସି ପରାସ ପାଢୀ, କାଶୀନଗର ଜେଏମଏଫସି ରେଶ୍ବାଳ ବିଷୋୟୀ, ଜିଲ୍ଲାପାଳ ଅନୁପମ ଶାହା, ଏଏସପି ସୀତାରାମ ସୂତପଥୀ, ଏସଡିପିଓ ରାମକୃଷ୍ଣ ପତି, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି ଗଜପତି ଜିଲାରେ ଏପରି ବଡ଼ କୋର୍ଟ ନିର୍ମାଣ ପାଇଁ ୨୦୧୧ମସିହାରେ ଭିତ୍ତି ପ୍ରସ୍ତର ଦିଆଯାଇଥିବା ବେଳେ ସମସ୍ତ ପ୍ରକାର ଆଧୁନିକ ବ୍ୟବସ୍ଥା ଏହି କୋର୍ଟ ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର