କୁଳିଅଣା: ଦୁର୍ଗମ ଅଞ୍ଚଳରେ ଭୋଟ୍ଦାନ କେନ୍ଦ୍ରକୁ ଆସି ପାରୁନଥିବା ରୋଗଗ୍ରସ୍ତ ଭୋଟରଙ୍କ ପାଇଁ ଭରସା ପାଲଟିଛି ଖଟିଆ। ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍ ଗେଣ୍ତାପୋଖରୀ ପଞ୍ଚାୟତ ୱାର୍ଡ ନଂ ୧୧ ପଥରଘେରା ଗ୍ରାମରେ। ଏହି ଗ୍ରାମର ଧାର ଟୁଡ଼ୁଙ୍କ ପତ୍ନୀ ସାଲ୍ଗେ(୫୦) ଛଅମାସ ହେଲା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିଲେ। ତେବେ ସେ ଆଜି ଭୋଟ୍ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ତାଙ୍କୁ ବୁଥ୍କୁ ନେବାକୁ କୌଣସି ବ୍ୟବସ୍ଥା ନଥିବାରୁ ସେହି ଗାଁର ସମାଜସେବୀ ବାଲମାତ୍ ଟୁଡୁ ଓ ଗୁରା ଟୁଡୁଙ୍କ ସହାୟତାରେ ସାଲ୍ଗେଙ୍କୁ ଖଟିଆରେ ବୋହି ଭୋଟ୍ଦାନ କେନ୍ଦ୍ରକୁ ଅଣାଯାଇଥିଲା ଓ ସେ ଭୋଟ୍ ଦେଇଥିଲେ।
ଭୋଟ୍ ଦେବାକୁ ଖଟିଆରେ ବୁହାହେଲେ ପକ୍ଷାଘାତ ରୋଗୀ
/sambad/media/post_attachments/wp-content/uploads/2022/02/858c29c6-6f86-449e-966a-37bf91cde3f3.jpg)