ଭୁବନେଶ୍ବର: ବରିଷ୍ଠ ଭାରତୀୟ ରାଜସ୍ବ ଅଧିକାରୀ ତଥା ବିଶିଷ୍ଟ ସାହିତ୍ୟିକା ପାରମିତା ଶତପଥୀ ତ୍ରିପାଠୀ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିସନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ୩୪ ଜଣ ଆଇଆର୍ଏସ୍ ଅଧିକାରୀଙ୍କୁ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ରୢାଙ୍କକୁ ପଦୋନ୍ନତି ପ୍ରଦାନ କରାଯାଇଥିଲା। ସେଥିରେ ତାଙ୍କ ନାମ ଥିଲା। ସେ ପ୍ରଧାନ ମୁଖ୍ୟ ଆୟକର କମିସନର ଭାବେ ରାଜ୍ୟରେ କରଦାତାଙ୍କ ସୁବିଧାକୁ ଗୁରୁତ୍ବ ଦେବେ।
ପାରମିତା ହେଉଛନ୍ତି ୧୯୮୯ ବ୍ୟାଚ୍ର ଆଇଆର୍ଏସ୍ ଅଧିକାରୀ। ଓଡ଼ିଶାରେ ଆୟକର ବିଭାଗରେ ସେ ବିଭିନ୍ନ ପଦପଦବିରେ କାର୍ଯ୍ୟ କରିଛନ୍ତି। ୬ ବର୍ଷ ଧରି ସେ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ (ଓପିଜିସି)ର ନିର୍ଦ୍ଦେଶିକା (ଫାଇନାନ୍ସ) ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ଜଣେ ବିଶିଷ୍ଟ ଲେଖିକା ଭାବେ ପାରମିତାଙ୍କୁ ୨୦୦୬ରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ୨୦୧୬ରେ କେନ୍ଦ୍ର ସାହିତ୍ୟ ଅକାଦମି ପୁରସ୍କାର ଓ ୨୦୨୧ରେ ଶାରଳା ପୁରସ୍କାର ମିଳିଥିଲା। ସେ ବହୁ କ୍ଷୁଦ୍ର ଗଳ୍ପ ସଙ୍କଳନ ମଧ୍ୟ ରଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/17/9j5c4gvPEwNvYiC8uxd6.jpg)