ପାରାକ୍ବେଟ ନେଲା ଆଉ ୨ଜୀବନ, ମୃତ୍ୟୁ ସଂଖ୍ୟା ୧୭୬କୁ ବୃଦ୍ଧି

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଚିକିତ୍ସିତ ୨ ଜଣ ରୋଗୀଙ୍କ ଜୀବନ ନେଇଛି ପାରାକ୍ବେଟ। ଦୁଇ ଜଣ ହେଲେ, ସୋନପୁର ଜିଲ୍ଲା ସାଲେପାଲିର ଜୀତ ଭୋଇ(୩୫) ଏବଂ ବରଗଡ଼ ଜିଲ୍ଲାର ଜୁନା ବାଗ(୨୧)।

ସୂଚନା ଅନୁସାରେ, ପାରାକ୍ବେଟ ଖାଇବା ଯୋଗୁଁ ୭ ତାରିଖରେ ଗୁରୁତର ଅବସ୍ଥାରେ ଜୀତ ଏବଂ ୯ ତାରିଖରେ ଜୁନାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ଫୁସ୍‌ଫୁସ୍ ଏବଂ ପରେ କିଡନିରେ ପ୍ରଭାବିତ ହୋଇଥିଲା। ଏହାପରେ ବୁଧବାର ତାଙ୍କ ମୃତ୍ୟୁ ହୋଇଛି। ଏହି ଦୁଇ ଘଟଣା ସହ ୨ ବର୍ଷରେ ପାରାକ୍ବଟ୍‌ ଜନିତ ମୃତ୍ୟୁ ସଂଖ୍ୟା ୧୭୬ରେ ପହଞ୍ଚିଛି।

ପ୍ରକାଶଥାଉକି,ପାରାକ୍ବେଟ ନିଷିଦ୍ଧ ଦାବି ଜୋର୍ ଧରୁଛି। ଏହି ପରିପ୍ରେକ୍ଷୀରେ ଡାକ୍ତରଖାନାରେ ଚାଲିଥିବା ଦସ୍ତଖତ ଅଭିଯାନରେ ଏଯାଏ ପ୍ରାୟ ହଜାରେ ଦସ୍ତଖତ ହୋଇସାରିଛି। ଏହାସହିତ ୫ ଜଣ ଡାକ୍ତର ଗୋଟିଏ ଦିନରେ ଅନଶନରେ ମଧ୍ୟ ବସିଥିଲେ। ଏହା ପରେ ମଧ୍ୟ ଏହାକୁ ନେଇ ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଉଦ୍‌ବେଗର ବିଷୟ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଛି। ବିଶ୍ବର ୩୨ ଦେଶ ଏବଂ ଆମ ଦେଶର କେରଳ, କର୍ଣ୍ଣାଟକରେ ପାରାକ୍ବେଟକୁ ନିଷିଦ୍ଧ କରାଯାଇଛି।

ସମ୍ବନ୍ଧିତ ଖବର