ମାରାତ୍ମକ ତୃଣନାଶକ ‌ଔଷଧ ପାରାକ୍ବେଟ୍ ନେଲା ଆଉ ଦୁଇ ଜୀବନ

ସମ୍ବଲପୁର : ମାରାତ୍ମକ ତୃଣନାଶକ ‌ଔଷଧ ପାରାକ୍ବେଟ୍ ପୁଣି ଦୁଇଟି ଜୀବନ ନେଇଛି। ଭିନ୍ନଭିନ୍ନ ଘଟଣାରେ ଏହି ବିଷ ସେବନ କରିଥିବା ଦୁଇ ଜଣ ଯୁବକ, ଯୁବତୀ ଅକାଳରେ ପ୍ରାଣ ହରାଇଛନ୍ତି। ଗୁରୁବାର ପାରାକ୍ବେଟ୍ ‌ଖାଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିବା ବୌଦ୍ଧ ଜିଲ୍ଲା ମନମୁଣ୍ଡାର ଝୁମି ଖମାରି (୧୭) ଶୁକ୍ରବାର ଆଖି ବୁଜିଛନ୍ତି। ସେହିପରି ବରଗଡ଼ର ଯୁବକ ଅଜୟ ନାଥ (୨୧) ମଧ୍ୟ ବୁର୍ଲାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଅଗ୍ନିକାଣ୍ଡ ଯୋଗୁଁ ଡାଇଲିସିସ୍ ୟୁନିଟ୍ ଅଚଳ ଥିବାରୁ ଅଜୟଙ୍କୁ ବରଗଡ଼ସ୍ଥିତ ବିକାଶ ଡାକ୍ତରଖାନାକୁ ନିଆ ଯାଉଥିଲାବେଳେ ବାଟରେ ମୃତ୍ୟୁ ହୋଇଥିଲା। ଏଥି ସହିତ ପାରାକ୍ବେଟ୍ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଏହାକୁ ବ୍ୟାନ୍ କରିବା ପାଇଁ ଆନ୍ଦୋଳନ ଚଳାଇଥିବା ଭିମ୍‌ସାର୍‌ର ଡା. ଶଂକର ରାମଚନ୍ଦାନୀ ସରକାର ତୁରନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର