ଲୋକସେବା ଭବନରେ ଗାନ୍ଧିଜୀଙ୍କ ‘ପରଶମଣି’ ଉନ୍ମୋଚିତ

ଭୁବନେଶ୍ବର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହତବାଣୀ ସମ୍ବଳିତ ‘ପରଶମଣି’ (Talisman) କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ୭୩ତମ ସ୍ବାଧୀନତା ଦିବସ ଅବସରରେ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର ପାମ୍ କୋର୍ଟରେ ଓଡ଼ିଆ ଓ ଇଂରାଜିରେ ଲାଗିଥିବା ଏହି ‘ପରଶମଣି’ ଫଳକକୁ ଉନ୍ମୋଚନ କରିଥିଲେ। ସଚିବାଳୟ କର୍ମଚାରୀ, ଅଫିସର ଓ ମନ୍ତ୍ରୀଙ୍କୁ ସେମାନଙ୍କ ଦାୟିତ୍ବ ନିର୍ବାହରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଅର୍ଥାତ୍ ଜଣେ ଅଫିସର ବା ମନ୍ତ୍ରୀ ଯାହା କରିବାକୁ ଚିନ୍ତା କରୁଛନ୍ତି ତାହା ସମାଜର ସବୁଠାରୁ ଗରିବ ଓ ଅସହାୟ ବ୍ୟକ୍ତିର ସ୍ବାର୍ଥକୁ ପୂରଣ କରିବାରେ କେତେ ସହାୟକ ହେବ ତାହା ବିଚାର କରିବା ପାଇଁ ଏହି ବାଣୀ ସହାୟକ ହେବ। ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଏହି ପରଶମଣି ଉନ୍ମୋଚନ ବେଳେ ସ୍ବାଧୀନତା ସଂଗ୍ରାମୀ ମାନ୍ୟବର ଭବାନୀ ପଟ୍ଟନାୟକ ଓ ମାନ୍ୟବର ନୀଳମଣି ସାମଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର