ପାର୍ସଲ ପେଟିରୁ ବାହାରିଲା ୬ଫୁଟ ଲମ୍ବର ନାଗ ସାପ !

ରାଇରଙ୍ଗପୁର : ପାର୍ସଲ ପେଟିରୁ ବାହାରିଲା ୬ଫୁଟ ଲମ୍ବର ନାଗ ସାପ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମୟୁରଭଂଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ସହରର ୱାର୍ଡ଼ ନମ୍ବର ୫ରେ ରହୁଥିବା ମୁଥ କୁମାର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଏହି ପାର୍ସଲ ଆସିଥିଲା । ସେ ପାର୍ସଲ ପେଟି ଖୋଲିବା ପରେ ନାଗ ସାପଟିକୁ ଦେଖି ଆତଙ୍କିତ ହୋଇପଡ଼ିଥିଲେ ।

ଅଗ୍ରୱାଲ ପ୍ୟାକର୍ସ ଆଣ୍ଡ ମୁଭର୍ସ ନାମକ ଏକ କୋରିଅରରୁ ଆସିଥିଲା ଏହି ପାର୍ସଲ । ସେ ପେଟି ଖୋଲିବା ମାତ୍ରେ ଏକ ନାଗ ସାପ ଦେଖିବାକୁ ପାଇଥିଲେ । ଏନେଇ ରାଇରଙ୍ଗପୁର ରେଂଜର ଅଶୋକ ଦାସ ସୁଚନା ପାଇ ଦୁଇ ଜଣ ଫରେଷ୍ଟ ଗାର୍ଡ଼ଙ୍କୁ ପଠାଇଥିଲେ । ସାପଟିକୁ ଦୁଇ ଜଣ ଫରେଷ୍ଟ ଗାର୍ଡ଼ଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା । ସାପଟିକୁ ଉଦ୍ଧାର କରାଯିବା ପରେ  କୁଚେଇବୁଢୀ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିବା ଜଣାଯାଇଛି । ଏହି ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର