ଚୌଦ୍ବାର: ଚୌଦ୍ବାର ଥାନା ଅନ୍ତର୍ଗତ ୮ ନମ୍ବର ୱାର୍ଡର ବ୍ୟାଘ୍ରବାହିନୀ ପଡ଼ିଆ ନିକଟରେ ଥିବା ଆଦିବାସୀ ବସ୍ତିରେ ଘଟିଛି ଅଭାବନୀୟ ଘଟଣା। ମଦ ନିଶାରେ ବାପା-ମା’ ୬ ମାସର ଶିଶୁପୁତ୍ରକୁ ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି। ଶିଶୁପୁତ୍ରର ମୃତଦେହକୁ ଚୌଦ୍ବାର ଥାନା ପୁଲିସ୍ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ଗତକାଲି ଆଦିବାସୀ ବସ୍ତିର ରାଜୁ ହେମ୍ବ୍ରମ ଓ ସୋମ୍ବାରୀ ହେମ୍ବ୍ରମ ତାଙ୍କର ୩ ଜଣ ବନ୍ଧୁଙ୍କ ସହିତ ନିଜ ଘରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ପିଇଥିଲେ। ଅତ୍ୟଧିକ ନିଶାରେ ପାଖରେ ଶୋଇଥିବା ନିଜର ୬ମାସର ଶିଶୁପୁତ୍ର ଉପରେ ଚଢି ଯାଇଥିଲେ। ସକାଳୁ ନିଶା ଛାଡ଼ିବା ପରେ ଶିଶୁ ପୁତ୍ରଟି ମରିଯାଇଥିବା ଜାଣିବାକୁ ପାଇଥିଲେ। ଏହି ଦମ୍ପତି ତରବରିଆ ଭାବେ ଶିଶୁଟିକୁ ଏକ ପରିତ୍ୟକ୍ତ ଜାଗାରେ ପୋତି ଦେଇଥିଲେ। କିନ୍ତୁ ଏ ସମ୍ପର୍କରେ ପାଖପଡ଼ୋଶୀ ଓ ଯୁବକମାନେ ଜାଣି ପାରି ଚୌଦ୍ବାର ଥାନାକୁ ଜଣାଇଥିଲେ। ଚୌଦ୍ବାର ଥାନା ଅଧିକାରୀ ବିଶ୍ବରଂଜନ ସାହୁ ଘଟଣାସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ୍ ଟିମ୍କୁ ଖବର ଦେଇଥିଲେ। ପରେ ମାଜିଷ୍ଟ୍ରେଟ୍ ପହଞ୍ଚିବା ପରେ ମାଟି ତଳୁ ଶିଶୁପୁତ୍ରର ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ଡାକ୍ତରଖାନା ପଠାଇଥିଲେ। ପୁଲିସ ବାପା-ମା’ଙ୍କୁ ଅଟକ ରଖି ତଦନ୍ତ କରୁଛି।
ମଦ ନିଶାରେ ଶିଶୁପୁତ୍ରକୁ ମାରିଦେଲେ ବାପା-ମା’
ଚୌଦ୍ବାର ଥାନା ଅନ୍ତର୍ଗତ ୮ ନମ୍ବର ୱାର୍ଡର ବ୍ୟାଘ୍ରବାହିନୀ ପଡ଼ିଆ ନିକଟରେ ଥିବା ଆଦିବାସୀ ବସ୍ତିରେ ଘଟିଛି ଅଭାବନୀୟ ଘଟଣା। ମଦ ନିଶାରେ ବାପା-ମା’ ୬ ମାସର ଶିଶୁପୁତ୍ରକୁ ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2024/04/dead-new-indian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)