ବାଲିଗୁଡ଼ା: ଚାରି ବର୍ଷ ହେଲାଣି, ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଛି ପେଟ। ହେଲେ ଚିକିତ୍ସା ହୋଇପାରୁନି। ମୂଲ ଲାଗି ପେଟ ପୋଷୁଥିବା‌ ମାଆ ନିଜ ପୁଅର ଚିକିତ୍ସା କରାଇବାରେ ଅସମର୍ଥ। ପୁଅର ଅସୁସ୍ଥତା ନେଇ କାହାକୁ ଗୁହାରି କରିବେ ସେ ନେଇ କିଛି ଜାଣି ପାରୁନାହାନ୍ତି। ଅର୍ଥାଭାବରୁ କେବଳ ଭାଗ୍ୟକୁ ନିନ୍ଦି ଆଖିରୁ ଲୁହ ଝରାଇବା ଛଡ଼ା କିଛି ଆଉ କରିପାରୁ ନାହାନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଜକିକିଆ ଗାଁରେ।

Advertisment

ସ୍ବର୍ଗତ ପ୍ରଶାନ୍ତ ମଲ୍ଲିକ ଓ ସାଉଁଟି ମଲିକଙ୍କ ୧୩ ବର୍ଷର ପୁଅ ରାହୁଲର ଗତ ଚାରି ବର୍ଷ ହେଲା ଅସ୍ବାଭାବିକ ଭାବେ ପେଟ ବଢ଼ିବାରେ ଲାଗିଛି। ପେଟ ଓଜନ ଯୋାଗୁଁ ରାହୁଲ ଏବେ ଅନ୍ୟ ପିଲାଙ୍କ ଭଳି ଖେଳାବୁଲା କରିପାରୁ ନଥିବା ବେଳେ ବିଦ୍ୟାଳୟକୁ ଯିବା ବି ଚାରି ବର୍ଷ ହେଲା ବନ୍ଦ ହୋଇ ଯାଇଛି। ପର ଘରେ ମୂଲ ଲାଗୁଥିବା ମାଆ ନିଜ ସମ୍ପର୍କୀୟଙ୍କ ଠାରୁ କିଛି ଧାର ଉଧାର କରି ବାଲିଗୁଡ଼ା ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ହେଲେ ‌ରାହୁଲର ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତର ବଡ଼ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦେଇଥିଲୋ କିନ୍ତୁ ଅର୍ଥାଭାବରୁ ଉତ୍ତମ ଚିକିତ୍ସା କରି ନପାରି ଗ୍ରାମୀଣ ଦେଶୀ ଚିକିତ୍ସା ଆପଣାଇଥିବା ମାଆ ସାଉଁଟି ମଲ୍ଲିକ କହିଛନ୍ତି।

ଗତ ତିନି ବର୍ଷ ତଳେ ରାହୁଲର ବାପା ଏକ ଗାଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ବାପା ଆର ପାରିକି ଚାଲିଗଲା ପରେ ଘରେ ଏବେ ବିଧବା ମାଆ ଉପରେ ଘରର ସମସ୍ତ ବୋଝ। ରୋଗାକ୍ରାନ୍ତ ପୁଅ ରାହୁଳ ଓ ଝିଅ ମଞ୍ଜୁଳାକୁ ନେଇ ବିଧବା ମାଆଙ୍କ ପକ୍ଷେ ପରିବାର ପ୍ରତିପୋଷଣ କରିବା କାଠିକର ହୋଇଥିବା ବେଳେ ପୁଅର ଚିକତ୍ସା କେମିତି କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ପୁଅର ଚିକିତ୍ସା ଓ ଝିଅର ପାଠ ପଢ଼ିବା ପାଇଁ ଗ୍ରାମବାସୀ ଯଦିଓ କିଛି କିଛି ସହାୟତାର ହାତ ବଢ଼ାଇଥିଲେ, ତାହା ସମୁଦ୍ରକୁ ଶଙ୍ଖେ ହୋଇଛି। ପୁଅର ଏଭଳି ପରିସ୍ଥିତିକୁ ନେଇ ସାଉଁଟି କାହା ପାଖକୁ ଯିବେ ସେ ନେଇ ଅଜ୍ଞ ଥିବା ବେଳେ ପ୍ରଶାସନ ଏନେଇ ସହାୟତାର ହାତ ବଢ଼ାଇବାକୁ ଦାବି ହୋଇଛି