ଭୁବନେଶ୍ବର: ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟରେ ହାଜର ହେଲା ଅଭିଯୁକ୍ତ । ଅଭିଯୁକ୍ତକୁ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଆଜି ପୋକସୋ କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚର ଏସଆଇଟି । ନୟାଗଡ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗତକାଲି ଚୂଡ଼ାନ୍ତ ପଚରାଉଚରା ପରେ ଆଜି ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣକ ଯଦୁପୁର ଗାଁର ବୋଲି ସୂଚନା ମିଳିଛି ।
ଅଭିଯୁକ୍ତ ବିରୋଧରେ ଆଇପିସିର ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଧାରାରେ ମାମଲା ରୁଜୁ ହୋଇଛି । ଗତ ଦୁଇ ଦିନ ତଳେ ପରୀ ହତ୍ୟାକାରୀକୁ ଚିହ୍ନଟ କରିଥିଲା ଏସଆଇଟି । ତେବେ ତାକୁ ଆଜି ଗିରଫ କରାଯାଇଥିବା ବେଳେ ଏହି ଘଟଣାରେ ଆହୁରି ଅଧିକ ତଦନ୍ତ ଜାରି ରଖିଛି ଏସଆଇଟି।
ଏ ମଧ୍ୟରେ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରଥମ ଅଭିଯୁକ୍ତର ଗିରଫଦାରୀ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଛି। ଥରେ ନୁହେଁ, ଗତ ୧୦ ଦିନ ମଧ୍ୟରେ ବହୁବାର ପଚରାଉଚରା ପରେ ଏସଆଇଟି ପକ୍ଷରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। କେବଳ ସେତିକି ନୁହେଁ, ପୂର୍ବରୁ ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ତାକୁ ଜେରା କରାଯାଇଥିବା ଶ୍ରୀ ବୋଥ୍ରା ସ୍ପଷ୍ଟ କରିଛନ୍ତି।
/sambad/media/post_attachments/wp-content/uploads/2020/12/bothra-750x430.jpg)
ସେ ଆହୁରି କହିଛନ୍ତି ଯେ ଆମେ ତଦନ୍ତର ଦ୍ବିତୀୟ ପାହାଚରେ ରହିଛୁ। ପ୍ରଥମେ ଆମେ ଅନୁସନ୍ଧାନ କରିଥିଲୁ କାହିଁ ଘଟଣା ଘଟିଲା? ତା’ପଛର କାରଣ କ’ଣ ରହିଛି? ଆମେ ପ୍ରାଥମିକ ତଦନ୍ତ ପରେ ସ୍ପଷ୍ଟ ହେଲୁ ଯେ ଯୌନ ନିର୍ଯାତନା ଅପରାଧର ମୁଖ୍ୟ କାରଣ। ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଛି। ତଦନ୍ତ ଖୁବ୍ କମ୍ ଦିନରେ ହୋଇଥିଲେ ମଧ୍ୟ ଏହାକୁ ନେଇ ଆମେ ସନ୍ତୁଷ୍ଟ ଅଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Pari-Case_Thumbnail-1024x576-1.jpg)