କଂଗ୍ରେସ ଭଳି ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଆଜି ‘ପରୀ’ ଗାଁକୁ ଯିବ ବିଜେପିର ଟିମ୍, ଗାଁରୁ ଫେରିବା ପରେ ନୟାଗଡ଼ରେ ରିଲେ ଅନଶନ କରିବ ଦଳ

 

ନୂଆଦିଲ୍ଲୀ: ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି କଂଗ୍ରେସର ଏକ ଟିମ୍ ନୟାଗଡ଼ ଜିଲ୍ଲା ଯଦୁପୁର ଗସ୍ତ କରି ପରୀର ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଜେପିର ଏକ ଟିମ ମଧ୍ୟ ନୟାଗଡ଼ ଯିବ ବୋଲି ଜଣା ପଡ଼ିଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ପରୀର ଗାଁ ଯଦୁପୁରକୁ ଯିବ ବିଜେପିର ଏକ ଟିମ୍ । ଗାଁରୁ ଫେରିବା ପରେ ନୟାଗଡ଼ରେ ଅନଶନ କରିବ ଦଳ।
ତେବେ କଂଗ୍ରେସ ସହ ନୟାଗଡ଼ରେ ଗସ୍ତରେ ରହିବେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଭାରୀ ଏ ଚେଲ୍ଲାକୁମାର।  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଏହି ଟିମରେ ନୟାଗଡ଼ ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଗତ ଡିସେମ୍ବର ୧ରେ ବିଜେପିର ୨୦ ଜଣ ବିଧାୟକ ନୟାଗଡ଼ ବ୍ଲକ୍‌ ଲକ୍ଷ୍ମୀପ୍ରସାଦ ପଞ୍ଚ‌ାୟତ ଅନ୍ତର୍ଗତ ଯଦୁପୁର ଗ୍ରାମକୁ ଯାଇ ପରୀର ପରିବାରକୁ ଭେଟିଥିବା ବେଳେ ଆଜି ବିଜେପି ଦ୍ବିତୀୟ ଥର ପାଇଁ ନୟାଗଡ଼ ଯିବ।
ସମ୍ବନ୍ଧିତ ଖବର