ପରୀ ହତ୍ୟା ମାମଲାର ଘଟଣାକ୍ରମ : ଆରମ୍ଭରୁ ଆଜି ଯାଏ…

ଜୁଲାଇ ୧୪ରୁ ଡିସେମ୍ବର ୨୨

ପରୀ ହତ୍ୟାକାଣ୍ଡ ମାମଲାର ଘଟଣାକ୍ରମ

 

ଜୁଲାଇ ୧୪- ଅମ୍ରିତାସ୍ନେହା ସାହୁ(ପରୀ) ଗାଁ ଦାଣ୍ଡରୁ ଗାଏବ୍
ଜୁଲାଇ ୧୫- ସଦର ଥାନାରେ ପରୀ ପରିବାରର ଏତଲା
ଜୁଲାଇ ୨୩- ପରୀର ଶବ(କିଛି ହାଡ, ଖପୁରୀ) ବାଡ଼ିପଛ ପାର୍ଶ୍ବରୁ ଉଦ୍ଧାର
ଜୁଲାଇ ୨୪- ନିଖୋଜ ମାମଲା, ହତ୍ୟାକୁ ପରିବର୍ତ୍ତିତ

 

ଅଗଷ୍ଟ ୭- ମାମଲାର ତଦନ୍ତରେ ପୁଲିସ ନିଷ୍କ୍ରିୟତା, ଜୀବନ ପ୍ରତି ବିପଦ ଅଭିଯୋଗ କରି ପରୀ ବାପା ଅଶୋକ ସାହୁ ହାଇକୋର୍ଟ ଦ୍ବାରସ୍ଥ
ସେପ୍ଟମ୍ବେର ୧୧- ପରୀ ପରିବାରର ଆବଶ୍ୟକସ୍ଥଳେ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ହାଇକୋର୍ଟଙ୍କ ନୟାଗଡ଼ ଏସ୍ପିଙ୍କୁ ନିର୍ଦ୍ଦେଶ
ନଭେମ୍ବର ୨୪-ନୟାଗଡ଼ ଜିଲ୍ଲା ପୁଲିସ ଠାରୁ ନ୍ୟାୟ ପାଇବା ଆଶା ହରାଇ ବିଧାନସଭା ସମ୍ମୁଖରେ ପରୀ ବାପା, ମା’ଙ୍କ ଆତ୍ମାହୁତି ଉଦ୍ୟମ
ନଭେମ୍ବର ୨୫- ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପରୀ ମାମଲା ସମ୍ପର୍କରେ ବିଧାନସଭାରେ ଉତ୍ତର ରଖିଲେ, କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଘୋଷଣା
ନଭେମ୍ବର ୨୭- ଯଦୁପୁରରେ ପହଞ୍ଚି କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅନୁସନ୍ଧାନ ଆରମ୍ଭ

 

ଡିସେମ୍ବର- ୧ ସ୍ବତନ୍ତ୍ର ଅନୁସନ୍ଧାନକାର ଦଳ(ଏସ୍ଆଇଟି) ମୁଖ୍ୟ ଅରୁଣ ବୋଥ୍ରା ଯଦୁପୁରରୁ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କଲେ
ଡିସେମ୍ବର- ୨- ସନ୍ଦିଗ୍ଧ ଛାତ୍ରର ରକ୍ତ, ଲାଳ ଆଦି ପରୀକ୍ଷା , ମୋଲବାଇଲ ଜବତ୍
ଡିସେମ୍ବର- ୯ ନୟାଗଡ଼ ଏସ୍ପି, ଜିଲ୍ଲାପାଳ ଭିସି ଜରିଆରେ ‘ଏନ୍ସିପିସିଆର’ରେ ହାଜର
ଡିସେମ୍ବର ୧୦- ସଦର ଥାନା ଆଇଆଇସି ରୀନାରାଣୀ ସାହୁ ନିଲମ୍ବିତ, ଏସ୍ଡିପିଓ ନିରଞ୍ଜନ ପାଢୀଙ୍କ ବଦଳି

 

ଡିସେମ୍ବର ୧୬- ଏସ୍ଆଇଟି ହାଇକୋର୍ଟରେ କେଶ୍ର ଷ୍ଟାଟସ ରିପୋର୍ଟ ଦାଖଲ କଲା
ଡିସେମ୍ବର- ୧୯- ସନ୍ଦିଗ୍ଧ ଛାତ୍ର ଓ ତା’ର ମା, ଭଉଣୀକୁ ସକାଳୁ ଏସ୍ଆଇଟି ଉଠାଇ ନେଲା, ଛାତ୍ର ଅଟକ, ଲାଏଡିଟେକ୍ସନ
ଡିସେମ୍ବର ୧୯- ରାତିରେ ସନ୍ଦିଗ୍ଧ ଛାତ୍ରଙ୍କ ମା’ ଭଉଣୀକୁ ଗାଁରେ ଛାଡ଼ିଲା ଏସ୍ଆଇଟି
ଡିସେମ୍ବର ୨୦- ସନ୍ଦିଗ୍ଧ ଛାତ୍ର ଗିରଫ

ଡିସେମ୍ବର ୨୧: ଅଭିଯୁକ୍ତ ପୋକସୋ କୋର୍ଟରେ ହାଜର। ୩ ଦିନିଆ ରିମାଣ୍ଡରେ ନେଲା ଏସଆଇଟି।
ଡିସେମ୍ବର ୨୨ : ସାମ୍ବାଦିକ ସମ୍ମିଳନୀ କରି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଖୁଲାସା। ପରୀକୁ ପ୍ରଥମେ ହତ୍ୟା ଓ ପରେ ଦୁଷ୍କର୍ମ କରାଯାଇଛି। ଅଭିଯୁକ୍ତ ତଦନ୍ତକାରୀଙ୍କ ନିକଟରେ ଦୋଷ ସ୍ବୀକାର କରିଛି।

ସମ୍ବନ୍ଧିତ ଖବର