ନୂଆଦିଲ୍ଲୀ: ନୟାଗଡ଼ର ନାବାଳିକା ‘ପରୀ’ ହତ୍ୟା ମାମଲାର କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ଲାଗି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର୍) ସୁପାରିସ୍ କରିଥିବା ଜଣାଯାଇଛି। ରାଜ୍ୟ ସରକାରଙ୍କୁ ଏ ନେଇ ସୁପାରିସ କରାଯାଇଛି। ଏ ନେଇ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଗତ ଲୋକସଭା ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୋଇଥିବା ଡାକ୍ତର ସମ୍ବିତ ପାତ୍ର ଟୁଇଟ୍ କରି ସୂଚନା ଦେଇଛନ୍ତି।
ଏଥିସହ ଏନସିପିସିଆର୍ ପରୀ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଲାଗି ସୁପାରିସ କରିଛନ୍ତି। ଘଟଣାର ତଦନ୍ତ ଅତ୍ୟନ୍ତ ତୃଟିପୂର୍ଣ୍ଣ ଶୈଳୀରେ କରାଯାଇଛି ତେଣୁ ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ ଏକ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା କରିବାକୁ କହିଛନ୍ତି ଏନସିପିସିଆର୍।
ଓଡିଶା ସରକାରଙ୍କ ଦ୍ଵାରା #parimurdercase କୁ ନେଇ ହୋଇଥିବା ଭୁଲ ତଦନ୍ତ ବିରୁଦ୍ଧରେ ୩୦ ନଭେମ୍ବର ୨୦୨୦ କରାଯାଇଥିବା ମୋର ଅଭିଯୋଗ ସମ୍ବନ୍ଧରେ @NCPCR_ ରୁ ଏକ ଚିଠି ପାଇଲି। ଅନୁସନ୍ଧାନରେ ତ୍ରୁଟି ଥିବାର NCPCR ଜାଣିବାକୁ ପାଇଛି ଏବଂ ସଠିକ୍ ଅନୁସନ୍ଧାନ ପାଇଁ ଏକ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ପରାମର୍ଶ ଦେଇଛି। pic.twitter.com/QQ5HJmlZc1
— Sambit Patra (@sambitswaraj) December 19, 2020
‘ପରୀ’ ହତ୍ୟା ଓ ଦୁଷ୍କର୍ମ ମାମଲାର ତଦନ୍ତରେ ତ୍ରୁଟି ହୋଇଥିବା ଦର୍ଶାଇଛନ୍ତି ଏନସିପିସିଆର୍। ଏଥିନେଇ ଏନସିପିସିଆର୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଣୁ ‘ପରୀ’ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏନସିପିସିଆର୍ କହିଛନ୍ତି। ଏଥିଲାଗି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଥିବା ବି ଏନସିପିସିଆର୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/PAri-murder-case19_thumb.jpg)