ନୟାଗଡ଼: ପରୀ ହତ୍ୟା ମାମଲାର ଛାନଭିନ୍ ଚଳାଇଛି ଏସଆଇଟି। ଆଜି ପରୀ ହତ୍ୟା ଅଭିଯୁକ୍ତକୁ ନିଜ ମା’ ଓ ଭଉଣୀଙ୍କ ସହ ଭେଟ କରାଇବା ପରେ ନୟାଗଡ଼ର ସର୍କିଟ୍ ହାଉସକୁ ନେଇଥିବାର ସୂଚନା ମିଳିଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହା ପରେ ନୟାଗଡ଼ ପୋକସୋ କୋର୍ଟରେ ହାଜର କରାଯିବ। ସେପଟେ ଯଦୁପୁରରେ ଏସଆଇଟି ଟିମ୍ ପହଞ୍ଚି ଅଭିଯୁକ୍ତର ମା’ ଓ ଗ୍ରାମର ମୁଖିଆଙ୍କ ସହ ଆଲୋଚନା କରିଛି।

Advertisment

publive-image

ଏହାଛଡ଼ା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ ଯାହାକୁ ଗିରଫ କରାଯାଇଛି, ତାଙ୍କ ବିରୁଦ୍ଧରେ ଏସଆଇଟି ପାଖରେ ଯଥେଷ୍ଟ ପ୍ରମାଣ ରହିଛି।

ପରୀ ହତ୍ୟା ମାମଲାର ପ୍ରମାଣ ଦେଖାଇବା ପାଇଁ ଡିସେମ୍ବର ୨୪ ତାରିଖ ଯାଏଁ ଯଦୁପୁର ଗାଁ ଲୋକଙ୍କ ଠାରୁ ଏସଆଇଟି ସମୟ ନେଇଛି। ଏଣେ ପ୍ରମାଣ ପାଇଁ ପରୀର ମୃତଦେହ ମିଳିଥିବା ପୋଖରୀକୁ ଶୁଖାଇବାକୁ ଯୋଜନା କରିଛି ଏସଆଇଟି। ଆଉ ସେହି ପ୍ରମାଣ ଦେଖାଇବା ପାଇଁ ୩ଟି ମୋଟର ପମ୍ପ ଲଗାଇ ପୋଖରୀରୁ ପାଣି ବାହାର କରାଯିବ। ଏଥିଲାଗି ମୋଟର ପମ୍ପ ପହଞ୍ଚିସାରିଥିବା ଜଣାଯାଇଛି।