ଭୁବନେଶ୍ବର : ପରୀକ୍ଷା, ପରୀକ୍ଷା ପରବର୍ତ୍ତୀ ସମୟରେ ଶିକ୍ଷକ, ଅଭିଭାବକ, ବିଦ୍ୟାର୍ଥୀଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଭୟ, ଅବସାଦ ଦୂର ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ପରୀକ୍ଷା ପର୍ବ ଆୟୋଜିତ ହୋଇଛି। ଏଥିରେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ୫-ଟି ମାଧ୍ୟମରେ ହେଉଥିବା ବିଦ୍ୟାଳୟ ରୂପାନ୍ତରୀକରଣରେ କିଭଳି ପିଲାଙ୍କ ରୂପାନ୍ତରଣ ହୋଇ ପାରିବ ଏହାକୁ ନେଇ ଆଲୋଚନା କରିଥିଲେ। ମହିଳା ଶିଶୁ କଲ୍ୟାଣ ବିଭାଗ ଉପଦେଷ୍ଟା ସୁଲତା ଦେଓ ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ମନସ୍ତତ୍ବବିତ୍ ସମ୍ରାଟ କର, ପ୍ରଫେସର ୟୁଏନ ଦାସ, ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଘାସିରାମ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଗାମୀ ଦିନରେ ଏହା ୧୦ଟି ଜିଲ୍ଲାରେ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ପରୀକ୍ଷା ଭୟ ଦୂର ପାଇଁ ପରୀକ୍ଷା ପର୍ବ
/sambad/media/post_attachments/wp-content/uploads/2022/05/Matric-examination.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)