୭ରେ ‘ପରୀକ୍ଷା ପେ ଚର୍ଚ୍ଚା’

ଭୁବନେଶ୍ବର : ସିବିଏସ୍‌ଇ, ଆଇସିଏସ୍‌ଇ ସମେତ ଅନ୍ୟାନ୍ୟ ରାଜ୍ୟ ବୋର୍ଡ ପକ୍ଷରୁ ମେ’ ମାସରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଏଥିସହ ବିଭିନ୍ନ କଲେଜ, ବିଶ୍ବବିଦ୍ୟାଳୟ ପରୀକ୍ଷା ମଧ୍ୟ ଏହି ସମୟରେ ଅନୁଷ୍ଠିତ ହେବ। ତା’ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୭ ତାରିଖ ସନ୍ଧ୍ୟା ୭ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ। ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୧’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ବିଶ୍ୱର କୋଣଅନୁକୋଣରୁ ଛାତ୍ରଛାତ୍ରୀ ସାମିଲ ହେବେ।

ସମ୍ବନ୍ଧିତ ଖବର