ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବଜାର ଉପରେ ପାର୍କିଙ୍ଗ୍ ସୁବିଧା ନଥିବା କାରଣରୁ ପ୍ରତିଦିନ କିଛିନା କିଛି ସମସ୍ୟା ଉପୁଜୁଛି।ସନ୍ଧ୍ୟା ହେବାମାତ୍ରେ ପ୍ରତ୍ୟେକ ଦୋକାନ ଆଗରେ ଦୁଇ ଚକିଆ ଜାନଠାରୁ ଆରମ୍ଭ କରି ୪ଚକିଆ ଗାଡିର ଭିଡ ଜମୁଛି।ଜାନ ବାହାନ ପାର୍କିଙ୍ଗର ସୁବିଧା ନଥିବା ବେଳେ କିଛି ଦୋକାନି ମଧ୍ୟ ରାସ୍ତା ଉପରେ ଦୋକାନ କରିଛନ୍ତି,ଜାତୀୟ ରାଜପଥ ର ମାନ୍ୟତା ପାଇସାରିଥିଲେ ସୁଧା ଦୋକାନି ମାନେ ୩୩ ଫୁଟ ପଛରେ ଅଧିକାଂଶ ବ୍ୟବସାୟୀ ଦୋକାନ କରିନାହାଁନ୍ତି,ଦୋକାନ ସମ୍ମୁଖରେ ଗାଡି ରଖିବାକୁ ସ୍ଥାନ ନଥିବା ବେଳେ ଲୋକେ ରାସ୍ତା ଉପରେ ଗାଡି ମୋଟର ରଖିବାକୁ ବାଧ୍ୟ ହେଉଛନ୍ତି।ଏହି ରାସ୍ତା ଦେଇ କୋରାପୁଟରୁ ରାୟଗଡା ପର୍ଯ୍ୟନ୍ତ ଦୈନିକ ଶତାଧିକ ଜାନବାହାନ ଚଳପ୍ରଚଳ କରୁଥିବା ବେଳେ କେତେବେଳେ କଣ ଘଟିବ ତାହା କହିବା ମୁସ୍କିଲ୍।
ଆଜି ସନ୍ଧ୍ୟାରେ ଏକ ବଡ ଧରଣର ଦୁର୍ଘଟଣା ଅଳ୍ପକେ ଟଳି ଜାଇଛି।ବଜାର ମଝି ଦେଇ ଜାଇଥିବା ଜାତିୟ ରାଜପଥ କଡରେ ଜଣେ ଯୁବକ ନିଜର ଏକ ସାଙ୍ଗ ସହ ମଟର ସାଇକଲ ରଖି କିଛି ଜିନିଷ କିଣି ମଟର ସାଇକଲ୍ ଷ୍ଟାଟ୍ କରୁଥିବା ବେଳେ ଗୋଡ ଖସିଜିବାରୁ ଦୁହେଁ ରାସ୍ତା ଉପରେ ପଡି ଜାଇଥିଲେ।ସେହି ସମୟରେ ଏକ ହାଇଓ୍ଵା ଗାଡି ଜାଉଥିବା ବେଳେ ଦୁହେଁ ମଟର ସାଇକଲ ସହ ଆଗ ଓ ପଛ ଚକା ମଝିରେ ପଡି ଜାଇଥିଲେ।ବଜାର ମଝିରେ କିଛି ଲୋକ ରଡି କରିବାରେ ହାଇଓ୍ଵା ଗାଡି ଅଟକି ପଡିବାରୁ ଦୁହିଁଙ୍କ ଜୀବନ ବର୍ତି ଜାଇଥିଲା।ପରେ ଲୋକଙ୍କ ଗହଳି ଜମିଜିବା ସହ ଦୁହିଁଙ୍କୁ ଉଧାର କରାଜାଇଥିଲା।ଏଇଭଳି ଅସୁବିଧା ସବୁ ସମୟରେ ଦେଖା ଦେଉ ଥିବାରୁ ପାର୍କିଙ୍ଗ୍ ସୁବିଧା ପାଇଁ ସାଧାରଣରେ ଦାବି ହେବାସହ ୩୩ଫୁଟ ଭିତରେ ରହିଥିବା ଦୋକାନି ମାନଙ୍କୁ ପୋଲିସ ,ତହସିଲଦାର ଓ ଜାତୀୟରାଜପଥ ବିଭାଗ ମିସି ହଟାଇବାକୁ ସାଧାରଣରେ ଦାବି କରାଯାଇଛି।