କୋଣାର୍କରେ ଦୂର ହେଉନି ପାର୍କିଂ ସମସ୍ୟା : ରାସ୍ତା ଉପରେ ରହୁଛି ପର୍ଯ୍ୟଟକ ବସ୍ 

କୋଣାର୍କ : ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ। ଏହାକୁ ନେଇ କୋଣାର୍କରେ ବଢ଼ିବାରେ ଲାଗିଛି ପର୍ଯ୍ୟଟକଙ୍କ ସଂଖ୍ୟା। ଆସନ୍ତା ନଭେମ୍ବର ମାସ ଶେଷ ସପ୍ତାହରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ବକପ୍‌ ଓ କୋଣାର୍କ ଉତ୍ସବ ସମୟରେ ଚଳିତବର୍ଷ ପର୍ଯ୍ୟଟକଙ୍କ କୋଣାର୍କରେ  ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ମାତ୍ର ରିଙ୍ଗରୋଡ଼ର ଉଭୟ ପାର୍ଶ୍ବରେ ଲାବଣ୍ୟଛକ ଠାରୁ କୋଣାର୍କ-କାକଟପୁର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ରହୁଥିବା ମାଳମାଳ ଗାଡ଼ି ଏବେ ଦୁର୍ଘଟଣାର କାରଣ ପାଲଟିଛି। ଅନ୍ୟ ପକ୍ଷରେ କୋଟିକୋଟି ଟଙ୍କା ବ୍ୟୟ ରେ ୫ ଏକର ସ୍ଥାନରେ ନିର୍ମିତ ଆଇଓସିଏଲ ପାର୍କିଂକୁ ଗାଡ଼ିମଟର ନେବାକୁ ଚାଳକ ଅମଙ୍ଗ ହେଉଛନ୍ତି। ଉକ୍ତ ସ୍ଥାନରେ ମାତ୍ର ୬୦ଟି ବସ୍‌ ରହିବାର ବ୍ୟବସ୍ଥା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବସ୍‌ଗୁଡ଼ିକୁ ହେଲିପ୍ୟାଡ୍ ଓ କୋଣାର୍କ ବସ୍‌ଷ୍ଟାଣ୍ଡ ଭଳି ପ୍ରଶସ୍ତ ସ୍ଥାନରେ ରଖିବାର ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର