ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସହିତ ଜିଲ୍ଲାର ଗୋଷାଣୀ, ଗୁମ୍ମା ବ୍ଲକ ଓ କାଶୀନଗର ବ୍ଲକ୍ ରାଣୀପେଣ୍ଠ ପଞ୍ଚାୟତକୁ ୩ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଥିବା ନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଶୁକ୍ରବାର ସୂଚନା ଦେଇଛନ୍ତି। ଏହି ସଟ୍ଡାଉନ୍ ୨୮.୦୬.୨୦୨୦ରୁ ୩୦.୦୬.୨୦୨୦ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଏହି ସମୟରେ କେବଳ ଜରୁରୀକାଳିନ ସ୍ୱାସ୍ଥ୍ୟସେବା, ଔଷଧ ଦୋକାନ ଏବଂ କ୍ଷୀର ବିତରଣ ଜାରି ରହିବ। ଏହା ବ୍ୟତୀତ ଅନ୍ୟ ସବୁ ଦୋକାନବଜାର ବନ୍ଦ ରହିବ।
ଏହି ତିନି ଦିନ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଯଥା ଦୋକାନ ବଜାର ବନ୍ଦ ରହିବ। ଏହି ସମୟରେ ଉପରୋକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗର ୪୦ଟି ସ୍ୱାସ୍ଥ୍ୟ ଟିମ୍ ଘରକୁ ଘର ବୁଲି ସମସ୍ତଙ୍କ କରୋନା ଲକ୍ଷଣ ଯଥା ଜ୍ୱର, କାଶ, ଥଣ୍ଡା, ଡାଇରିଆ ଓ ଅନ୍ୟାନ୍ୟ ରୋଗ ବିଷୟରେ ପଚାରିବେ ଏବଂ ବିସ୍ତୃତ ବିବରଣୀ ନେବେ। ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟ ଟିମ୍କୁ ସହଯୋଗ କରିବାକୁ ସମସ୍ତଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଆଗାମୀ ସଟ୍ଡାଉନ୍କୁ ଦୃଷ୍ଟିରେ ରଖି ଆସନ୍ତାକାଲି ଯଥା ୨୭.୦୬.୨୦୨୦ରେ ଉପରୋକ୍ତ ଅଞ୍ଚଳରେ ସମସ୍ତ ଦୋକାନ ବଜାରକୁ ସକାଳ ୫.୦୦ରୁ ସନ୍ଧ୍ୟା ୯.୦୦ ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦିଆଯାଇଛି।
Gosani&Gumma block, PKD town and Ranipentho GP of Kashinagar Block to be shut down for 3 days( 28-30.06.2020).Medical Emergency and milk shall be allowed... 40 number of Medical teams will do screening for symptoms... We request everyone to co-operate...@CMO_Odisha @HFWOdisha
— Collector Gajapati (@DM_Gajapati) June 26, 2020
ଏଯାବତ ଗଜପତି ଜିଲ୍ଲାରେ ୪୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ପାରଳାଖେମୁଣ୍ଡିସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟଶାଖା ପରିଚାଳକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଉକ୍ତ ଶାଖା କାର୍ଯ୍ୟାଳୟ ଓ ପାରଳାଖେମୁଣ୍ଡି ବଜାର ଅଞ୍ଚଳରେ ଥିବା ଅନ୍ୟ ଏକ ଶାଖାକୁ ସିଲ୍ କରି ଦିଆ ଯାଇଥିବା ନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଥିଲେ।