ଭୁବନେଶ୍ବର: ସଂସଦରେ ବିଜେଡି ପୁଣି ଥରେ ଉଠାଇବ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ। ଏହା ସହ ଉଷୁନା ଚାଉଳ ଉଠେଇବା, ଫନିରେ କ୍ଷତିଗ୍ରସ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା, ରେଳବାଇ କ୍ଷେତ୍ରରେ ଅବହେଳା, କୋଇଲା ରୟାଲଟି ଆଦି ପ୍ରସଙ୍ଗ ବିଜୁ ଜନତା ଦଳ ଉଠେଇବ। ୧୮ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ତା ପୂର୍ଵରୁ ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ଓଡ଼ିଶାର ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପୂର୍ଣ୍ଣ ସମର୍ଥନ ଦେବା ପାଇଁ କହିଛନ୍ତି। ଭର୍ଚୁଆଲ ବୈଠକରେ ସାମିଲ ହୋଇ ସାଂସଦମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।
ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ: ପୁଣି ଥରେ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ଉଠାଇବ ବିଜେଡି
/sambad/media/post_attachments/wp-content/uploads/2022/01/naveen-patnaik-ff.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)