ବାଲେଶ୍ବର: ସଂସଦୀୟ ପ୍ରତିରକ୍ଷା କମିଟି ଆଜି ବାଲେଶ୍ବର ଚାନ୍ଦିପୁରସ୍ଥିତ ଡିଆର୍‌ଡିଓ ପରିଦର୍ଶନରେ ଆସିଛନ୍ତି। ସୋମବାର ସନ୍ଧ୍ୟାରେ ୨ଟି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କମିଟିର ୧୧ ଜଣ ସଦସ୍ୟ ଚାନ୍ଦିପୁର ଡିଆରଡିଓ ପରିସରରେ ଓହ୍ଲାଇବା‌ ପରେ ସେମାନଙ୍କୁ ଅତିଥି ନିବାସକୁ ନିଆଯାଇଥିଲା। କମିଟିର ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ୍‌ଙ୍କ ନେତୃତ୍ବରେ ଲୋକସଭା ଓ ରାଜ୍ୟସଭାର ୧୧ ଜଣ ସାଂସଦଙ୍କ ସହ ପ୍ରତିରକ୍ଷା ବିଭାଗର ୮ ଜଣ ଉଚ୍ଚ ପଦାଧିକାରୀ ଏଥିରେ ସାମିଲ ଅଛନ୍ତି।

Advertisment

ଅଧ୍ୟକ୍ଷ ଜୁଏଲ ଓରାମଙ୍କ ସହ ଆସିଛନ୍ତି ୧୧ ସାଂସଦ
ପ୍ରତିରକ୍ଷା ସଂପର୍କିତ ବିଭିନ୍ନ କାର୍ଯ୍ୟର କରିବେ ସମୀକ୍ଷା

ସେମାନେ ହେଲେ ସାଂସଦ ଡ.ଅଶୋକ ବାଜପେୟୀ, ସାଂସଦ ଲେଫ୍ଟନାଣ୍ଟ ଜେନେରାଲ ଡ.ଡିପି ଭାଟ୍‌ସ, ସାଂସଦ ଡାନିସ୍‌ ଅଲ୍ଲୀ, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ସାଂସଦ ରେଡେପ୍ପା ଏନ୍‌ ଗିରି, ସାଂସଦ ସୁଶୀଲ କୁମାର ଗୁପ୍ତା, ସାଂସଦ ଯୁଗଳ କିଶୋର ଶର୍ମା, ସାଂସଦ ରାମଶଙ୍କର କାଠେରିଆ, ସାଂସଦ ମହାବଳୀ ସିଂହ ଓ ସାଂସଦ କାମାକ୍ଷା ଟାସା। ଆସନ୍ତାକାଲି କମିଟିର ଅଧ୍ୟକ୍ଷ ସାଂସଦ ଶ୍ରୀ ଓରାମଙ୍କ ଅଧ୍ୟକ୍ଷତାରେ ଡିଆରଡିଓରେ ପ୍ରତିରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟ, ଡିଆରଡିଓ ପରିସରର ସୁରକ୍ଷା ଆଦି ସଂପର୍କରେ ସମୀକ୍ଷା ହେବ। ଏହି ବୈଠକ‌ରେ ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଡିଆର୍‌ଡିଓର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।