ମୋତ: ପୁରାତନ ବନ୍ଦର ନଗରୀର ମୁଖ୍ୟ ରାସ୍ତାରେ ପାର୍ଶ୍ଵବର୍ତ୍ତୀ ଦୋକାନ ଗୃହ ଉତ୍ସଛେଦ ବେଳେ ମାଟିତଳୁ ବୃହତ କାୟ ଜାହାଜ ଲଙ୍ଗର ଚେନ ଉଦ୍ଧାର କରାଯାଇଛି l ବୁଧବାର ସ୍ଥାନୀୟ ତହସିଲଦାର ଭବତୋଷ ମଲ୍ଲିକ ଓ ପୁଲିସ ପ୍ରଶାସନ ଉପସ୍ଥିତରେ ଉଛେଦ କାର୍ଯ୍ୟ ଚାଲୁ ରହିଥିଲାl
ଅପରାହ୍ନରେ ପୁରୁଣା ରାଜ୍ୟ ବନ୍ଦର କାର୍ଯ୍ୟାଳୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜେସିବି ମେସିନ ଦ୍ୱାରା ଭଙ୍ଗା ଯିବା ବେଳେ ପ୍ରାୟ ୧୦୦ ଫୁଟ ଲମ୍ବର ବୃହତ କାୟ ଜାହାଜ ଲଙ୍ଗର ଚେନ ମାଟି ତଳୁ ଉଦ୍ଧାର ହୋଇ ତହସିଲ କାର୍ଯ୍ୟାଳୟ ପରିସରରେ ରଖାଯାଇଛିl ଏହାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମି ଥିଲାl ମାଟି ତଳେ ଆହୁରି ଅନେକ ଜାହାଜର ଯନ୍ତ୍ରାସ, ବଇଆଁ, ଲଙ୍ଗର ଇତ୍ୟାଦି ପୋତି ହୋଇଥିବା ଅନୁମାନ କରାଯାଉଛି l
Bhadrak
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/24/bdl-2025-09-24-22-35-07.jpg)