ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ପାଲଟିଲ ଆଇନ୍ ଶୃଙ୍ଖଳା ସ୍ଥିତି। ଦିବଙ୍ଗତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୬୦ ଦିନ ପରେ ବି ଏହାର ପର୍ଦ୍ଦାଫାସ ହୋଇପାରିନି। ଏହାବାଦ୍ ଝାରସୁଗୁଡ଼ାରେ ଆଇନ୍ ଶୃଙ୍ଖଳା ସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଶନିବାର ଝାରସୁଗୁଡ଼ା ଗସ୍ତ କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏଭଳି କିଛି ବିବୃତି ଦେଇଛନ୍ତି। ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଦୁଇ ତିନିଦିନ ମଧ୍ୟରେ କଂଗ୍ରେସର ବି ଏକ ପ୍ରତିନିଧି ଦଳ ଝାରସୁଗୁଡ଼ା ଆସିବ।
ଏହି ପ୍ରତିନିଧି ଦଳ କର୍ମୀ ଓ ଲୋକଙ୍କ ସହ ଆଲୋଚନା କରି ରିପୋର୍ଟ ଦେବା ପରେ ଏଆଇସିସି ନିକଟକୁ ୩ ଜଣିଆ ପ୍ରାର୍ଥୀ ତାଲିକା ପଠାଯିବ। ସେଠାରୁ ଯାହାକୁ ଚୟନ କରାଯିବ ସେ ହିଁ ଉପନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଆଜି ଶ୍ରୀ ପଟ୍ଟନାୟକ ଝାରସୁଗୁଡ଼ାରେ ପହଞ୍ଚିବା ପରେ ଜିଲ୍ଲା କଂଗ୍ରେସର କର୍ମକର୍ତ୍ତାଙ୍କୁ ଭେଟି ଆଗାମୀ ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ସମୟରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ୨୦୧୯ ସାଧାରଣ ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀ ମହେନ୍ଦ୍ର ନାଏକ, ପୂର୍ବତନ ବିଧାୟକ ବୀରେନ ପାଣ୍ଡେଙ୍କ ପୁଅ ତରୁଣ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନନ୍ଦ ବିଶ୍ବାଳଙ୍କ ଝିଅ ଅନିତା ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/11-1.jpg)