ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ସୀତାବିଞ୍ଜ ଓ ବସନ୍ତପୁର ଷ୍ଟେସନ ମଝିରେ ଖୋର୍ଦ୍ଧା ପାସେଞ୍ଜର ଟ୍ରେନ୍ ଅଟକିଛି। ଇଞ୍ଜିନରେ କୌଣସି ସମସ୍ୟା ଥିବା ହେତୁ ଟ୍ରେନ୍ ଅଟକି ରହିଥିବା ଯାତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି। ସେପଟେ ଟ୍ରେନ୍ ଅଟକି ରହିଥିବା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଶେଷ କରି କଟକ ଓ ଭୁବନେଶ୍ୱର ମେଡିକାଲକୁ ଯାଉଥିବା ପାସେଞ୍ଜର ହଇରାଣ ହୋଇଥିଲେ। ସେଠାରେ ଯାନ୍ତ୍ରିକ ତ୍ରୁଟିର ସମାଧାନ ନହେବା ଯୋଗୁଁ ଅନ୍ୟ ଏକ ଇଞ୍ଜିନ ସାହାଯ୍ୟରେ ସିତାବିଞ୍ଜ ଷ୍ଟେସନ୍କୁ ଅଣାଯାଇଥିଲା। ୩ ଘଣ୍ଟା ବିଳମ୍ବରେ ଟ୍ରେନ୍ ଅନ୍ୟ ଇଞ୍ଜିନ ଲଗାଇ ସୀତାବିଞ୍ଜ ଷ୍ଟେସନରୁ ଛାଡିଥିବା ଜଣାପଡ଼ିଛି।
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଲା ଖୋର୍ଦ୍ଧା ପାସେଞ୍ଜର, ୩ ଘଣ୍ଟା ପରେ ଅନ୍ୟ ଇଞ୍ଜିନ ଲାଗି ଆଗକୁ ଗଡ଼ିଲା, ଯାତ୍ରୀ ହେଲେ ହନ୍ତସନ୍ତ
/sambad/media/post_attachments/wp-content/uploads/2023/07/c9c34c03-55b3-4fac-8293-eb76486c4a9e.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)