ବାଲେଶ୍ବର: ଆସନ୍ତା ୧୦ ତାରିଖ ଠାରୁ କିଛି ପାସେଞ୍ଜର ଟ୍ରେନ ଚାଲିବା ନେଇ ଆଜି ରେଳ ବିଭାଗର ଡିଆରଏମ ଘୋଷଣା କରିଛନ୍ତି। ଖଡ଼ଗପୁର ଡିଭିଜନ ଡିଆରଏମଙ୍କ ଘୋଷଣା ପରେ ଘଟଣା ସମ୍ପର୍କରେ ସମସ୍ତ ଷ୍ଟେସନକୁ ଅବଗତ କରାଯାଇଛି। କୋଭିଡ୍ କଟକଣା ପାଇଁ ଟ୍ରେନସବୁ ବନ୍ଦଥିବାରୁ ଛାତ୍ରଛାତ୍ରୀ, ଶ୍ରମିକ ଓ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିବା ବେଳେ ଅନେକ ଲୋକ ନିଜର ରୋଜଗାର ମଧ୍ୟ ହରାଇ ଥିଲେ।
କଟକଣା କୋହଳ ହେବା ପରେ ପସେଞ୍ଜର ଟ୍ରେନ ଚଳାଚଳ ସ୍ବାଭାବିକ ନ ହେବାରୁ ମଙ୍ଗଳବାର ବସ୍ତା ରେଳ ଷ୍ଟେସନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପସେଞ୍ଜର ଟ୍ରେନ ଚଳାଚଳ ଦାବିରେ ଅନଶନ କରାଯାଇଥିଲା। ଏହି ଘଟଣା ପରେ ରେଳ ବିଭାଗ ପକ୍ଷରୁ ଆସନ୍ତା ୧୦ ତାରିଖରୁ ଖୋର୍ଦ୍ଧା ଫାଷ୍ଟ ପସେଞ୍ଜର, ୧୧ ତାରିଖରୁ ବାଲେଶ୍ବର-ବାରିପଦା ମେମୋ ଓ ୧୨ ତାରିଖରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଚାଲିବ ବୋଲି ଘୋଷଣା କରାଯାଇଛି। ଏହି ଘୋଷଣା ପରେ ସାଧାରଣରେ ଖୁସି ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/11-5.jpg)