ଭୁବନେଶ୍ବର: ପୁଣି ଥରେ ଓଡ଼ିଶାରେ ଯାତ୍ରୀବାହୀ ବସ୍ ଭଡ଼ା ବଢ଼ିଛି। ଦିନକୁ ଦିନ ତୈଳଦର ବୃଦ୍ଧି ପାଉଥିବା ଯୋଗୁ ରାଜ୍ୟ ସରକାର ଯାତ୍ରୀବାହୀ ବସ୍ ଭଡ଼ା ବଢ଼ାଇଛନ୍ତି। ପରିବର୍ଦ୍ଧିତ ବସ୍ ଭଡ଼ା ଅନୁଯାୟୀ, ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି। ଏଣେ, କିଲୋମିଟର ପିଛା ଏକ୍ସପ୍ରେସ ବସ୍ ଭଡ଼ାକୁ ୯୩ରୁ ୯୬ ପଇସା ବଢିଛି। ତେଣେ, କିଲୋମିଟର ପ୍ରତି ଡିଲକ୍ସ ବସ୍ ଭଡ଼ା ୧.୨୯ରୁ ୧.୩୫ ଟଙ୍କାକୁ ବୃଦ୍ଧି ପାଇଛି।
𝐍𝐎𝐓𝐈𝐂𝐄 - Please find the revised bus fare from Bhubaneswar to different towns for different category of buses w.e.f. 𝟏𝟔.𝟏𝟎.𝟐𝟏 attached.👇 pic.twitter.com/P1TQU9NTBc
— State Transport Authority, Odisha (@STAOdisha) October 16, 2021
ଏନେଇ ରାଜ୍ୟ ପରିବହନ ଅଭିକର୍ତ୍ତା ପକ୍ଷରୁ ସୂଚନା ଦିଆଯାଇଛି।