ସୁରକ୍ଷା ସମ୍ପର୍କିତ ବିକାଶମୂଳକ କାମ ଚାଲିଥିବାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବନି ରାଉରକେଲା ଦେଇ ଯାତାୟତ କରୁଥିବା ବହୁ ପାସେଞ୍ଜର ଟ୍ରେନ

ରାଉରକେଲା : ବମ୍ବେ- ହାୱଡା ଲାଇନର ରାଉରକେଲା-ବିଳାସପୁର-ଝାରସୁଗୁଡା-ବିଳାସପୁର-ରାଉରକେଲା ସେକ୍ସନ ମଧ୍ୟରେ ଚାଲିଛି ସୁରକ୍ଷା ସମ୍ପର୍କିତ ବିକାଶମୂଳକ କାମ। ଏଥିପାଇଁ ରାଉରକେଲା ଦେଇ ଯାତାୟତ କରୁଥିବା ବହୁ ପାସେଞ୍ଜର ଟ୍ରେନ ଆସନ୍ତା ୩୧ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ। ସମ୍ବଲପୁର- ରାଉରକେଲା ମେମୁ ପାସେଞ୍ଜର (୬୮୦୨୮) ସମ୍ବଲପୁର ଷ୍ଟେସନରୁ ଆସନ୍ତା ୩୧ ପର୍ଯ୍ୟନ୍ତ ବାତିଲ ହୋଇଛି। ଝାରସୁଗୁଡା-ସମ୍ବଲପୁର ମେମୁ ପେସେଞ୍ଜର ଝାରସୁଗୁଡା ଷ୍ଟେସନରୁ, ରାଉରକେଲା-ଝାରସୁଗୁଡା ମେମୁ ପେସେଞ୍ଜର ରାଉରକେଲା ଷ୍ଟେସନରୁ ଚଳାଚଳ ବାତିଲ ହୋଇଛି। ରାଉରକେଲା ଦେଇ ଚଳାଚଳ କରୁଥିବା ଝାରସୁଗୁଡା -ହଟିଆ (୫୮୧୬୨) ପେସେଞ୍ଜର ସପ୍ତାହର ପ୍ରତି ବୁଧବାର ଓ ଶନିବାର ହଟିଆ ଷ୍ଟେସନରୁ ଚଳାଚଳ କରିବ ନାହିଁ। ଟାଟାନଗର-ବିଳାସପୁର ପେସେଞ୍ଜର (୫୮୧୧୩) ଆଗାମୀ ୩୧ ପର୍ଯ୍ୟନ୍ତ ସପ୍ତାହର ପ୍ରତି ମଙ୍ଗଳବାର ଓ ଶୁକ୍ରବାର ବିଳାସପୁର ଷ୍ଟେସନରୁ ଚଳାଚଳ କରିବ ନାହିଁ। ରାଉରକେଲା-ସମ୍ବଲପୁର ମେମୁ ପେସେଞ୍ଜର (୬୮୦୨୭) ମଧ୍ୟ ସପ୍ତାହର ପ୍ରତି ବୁଧବାର ଓ ଶନିବାର ରାଉରକେଲା ଷ୍ଟେସନରୁ ଚଳାଚଳ ବାତିଲ ‌ହୋଇଛି। ଝାରସୁଗୁଡା-ରାଉରକେଲା ମେମୁ ପେସେଞ୍ଜର ମଧ୍ୟ ସପ୍ତାହର ପ୍ରତି ବୁଧବାର ଓ ଶନିବାର ଝାରସୁଗୁଡା ଷ୍ଟେସନରୁ ଚଳାଚଳ ବାତିଲ ହୋଇଛି। ଅନୁରୂପ ଭାବେ ସମ୍ବଲପୁର-ଝାରସୁଗୁଡା ମେମୁ ପେସେଞ୍ଜର (୬୮୦୩୨) ସପ୍ତାହର ପ୍ରତି ବୁଧବାର ଓ ଶନିବାର ସମ୍ବଲପୁର ଷ୍ଟେସନରୁ ଚଳାଚଳ ବାତିଲ ହୋଇଛି। ସେହିପରି କେତେକ ପାସେଞ୍ଜର ଟ୍ରେନର ଗତିପଥକୁ ପରିବର୍ତ୍ତନ କରାଯାଇଛି। ଟାଟାନଗର-ଇତୱାରୀ ପାସେଞ୍ଜର ପ୍ରତ୍ୟେକ ଶନିବାର ଟାଟାନଗରରୁ ଛାଡି ଝାରସୁଗୁଡା ପର୍ଯ୍ୟନ୍ତ ଯିବ। ଇତୱାରୀ-ଟାଟାନଗର ପାସେଞ୍ଜର ଇତୱାରୀ ଷ୍ଟେସନରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଇତୱାରୀ-ଝାରସୁଗୁଡା ଷ୍ଟେସନରେ ମଧ୍ୟ ଚଳାଚଳ ବାତିଲ ହୋଇଛି। ବିଳାସପୁର-ଟାଟାନଗର ପାସେଞ୍ଜର ପ୍ରତ୍ୟେକ ରବିବାର ବିଳାସପୁର-ଝାରସୁଗୁଡା ମଧ୍ୟରେ ଚଳାଚଳ ବନ୍ଦ ରହିବ।

ସମ୍ବନ୍ଧିତ ଖବର