ଭୁବନେଶ୍ବର : ଆଇଏନ୍ଏସ୍ ଚିଲିକାରେ ଥିବା ଭାରତୀୟ ନୌସେନା ଓ ତଟରକ୍ଷୀବାହିନୀର ମୋଟ ୨୯୮୨ ଜଣ ପ୍ରଶିକ୍ଷାର୍ଥୀମାନଙ୍କର ଏକ ପାସିଙ୍ଗ ଆଉଟ୍ ପ୍ୟାରେଡ୍ ଆଜି ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରଶିକ୍ଷାର୍ଥୀମାନଙ୍କର ପିତାମାତା ଓ ଅଭିଭାବକମାନେ ଯୋଗ େଦଇଥିଲେ।
୨୧ ସପ୍ତାହର ମୂଳ ପ୍ରଶିକ୍ଷଣ ପରେ ଅନୁଷ୍ଠିତ ଏହି ପ୍ୟାରେଡ୍କୁ ଭାଇସ୍ ଆଡମିରାଲ ଅତୁଲ କୁମାର ଜୈନ, ଏଭିଏସ୍ଏମ୍, ଭିଏସ୍ଏମ୍ ପତାକା ଅଧିକାରୀ ପୂର୍ବ ନୌସେନା କମାନ ମୁଖ୍ୟ ନିରୀକ୍ଷଣ କରିଥିଲେ। ନିରୀକ୍ଷିତ ଅଧିକାରୀ ମଧ୍ୟ ମେଧାବୀ ପ୍ରଶିକ୍ଷାର୍ଥୀମାନଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରିଥିଲେ। ନିଜର ପେଷାଗତ ଜ୍ଞାନକୁ ବଢ଼ାଇ ଜଣେ ଜଣେ ଦକ୍ଷ କର୍ମକୁଶଳୀ ରୂପେ ପରିଚିତ ହେବାକୁ ଭାଇସ୍ ଆଡମିରାଲ ଜୈନ ଏହି ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କୁ ଉପଦେଶ ଦେଇଥିଲେ। ଭି. ଭୌଦୌରିଆ ଏସ୍.ଏସ୍.ଆର., ତୁଷାର ଏ ଘଡ଼ଗେ ଏ୍ମ.ଆର. ଭାରତୀୟ ନୌସେନା ଓ ଆଶିଷ କୁମାର ନାବିକ (ଜି.ଡି.), ସୁରେଶ କୁମାର ଏମ୍. ନାବିକ ଡିବି ତଟରକ୍ଷୀବାହିନୀର ସର୍ବୋତ୍ତମ ପ୍ରଶିକ୍ଷାର୍ଥୀ ରୂପେ ବିବେଚିତ ହୋଇଥିଲେ।
ଏହା ପୂର୍ବର ପ୍ରଶିକ୍ଷାର୍ଥୀମାନଙ୍କର ଏକ ସାଂସ୍କୃତିକ ବିଦାୟ ଉତ୍ସବ ଗତ ୧୧ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଭାଇସ୍ ଆଡମିରାଲ ଅତୁଲ କୁମାର ଜୈନ ଏବଂ ପୂର୍ବ (ଇଷ୍ଟର୍ନ) ଏନ୍.ଡବ୍ଲୁ.ଡବ୍ଲୁ.ଏ (ନୌସେନା ମହିଳା କଲ୍ୟାଣ ସମିତି)ର ସଭାପତି ଦେବିନା ଜୈନ, ଆଇଏନ୍ଏସ୍ ଚିଲିକାର କମାନ ଅଧିକାରୀ କମୋଡୋର ଋତୁରାଜ ସାହୁ ଓ ଚିଲିକା ନୌସେନା ମହିଳା କଲ୍ୟାଣ ସମିତିର ସଭାପତି ସଂଗୀତା ସାହୁ ଦ୍ବିଭାଷୀ ଗ୍ରୀଷ୍ମ ସଂସ୍କରଣ ‘ଅଙ୍କୁର’ ପତ୍ରିକାର ଉନ୍ମୋଚନ କରିଥିଲେ।