କେନ୍ଦ୍ରାପଡ଼ା/ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଏହା ଜାରି ଥିଲା। ୭୦ ପ୍ରତିଶତ ମତଦାନ ଅତିକ୍ରମ କରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସନ୍ଧ୍ୟା ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଛି। ସେ କହିଛନ୍ତି, ମତଦାନ ସୁଚାରରୂପେ ଶେଷ ହୋଇଛି। ଆଗାମୀ ୨୪ ତାରିଖରେ ଭୋଟ ଗଣତି ହେବ। ଭୋଟ ଗଣତି ପାଇଁ ୧୮ଟି ଟେବୁଲର ବ୍ୟବସ୍ଥା କରାଯିବ। ଗତଥର ତୁଳନାରେ ଏଥର ଭୋଟ ହାର ଅଧିକ ରହିବ ବୋଲି ଆଶା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୋଟ୍ ୩୦୯ଟି ବୁଥରେ ସକାଳ ୭ଟାରୁ ଭୋଟିଂ ହୋଇଥିଲା। ଆଜି ଆରମ୍ଭରୁ ଗୋଟିଏ ଦୁଇଟି ସ୍ଥାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ପ୍ରଭାବିତ ହୋଇଥିଲା। ମାତ୍ର ପରେ ଏହା ଠିକ୍ଠାକ ହୋଇଯାଇଥିଲା।
ପାଟକୁରା ନିର୍ବାଚନରେ ଶାସକ ବିଜୁ ଜନତା ଦଳ ଟିକେଟରେ ସାବିତ୍ରୀ ଅଗ୍ରଓ୍ଵାଲ ଛିଡ଼ା ହୋଇଛନ୍ତି। ବିଜେପି ଟିକେଟରେ ବିଜୟ ମହାପାତ୍ର ଓ କଂଗ୍ରେସ ଟିକେଟରେ ଜୟନ୍ତ ମହାନ୍ତି ନିର୍ବାଚନ ପଡ଼ିଆକୁ ଓହ୍ଲାଇଛନ୍ତି। ସେହିପରି ନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତି।