ପାଟକୁରା: ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଜଗତ୍‌ସିଂହପୁର: ଆରୋଗ୍ୟ ହେବାକୁ ଗୁଣିଆ ପାଖକୁ ଝଡ଼ାଫୁଙ୍କା କରିବାକୁ ଯାଇଥିବା ଜଣେ ମହିଳାଙ୍କର ଶୁକ୍ରବାର ସକାଳେ ମୃତ୍ୟୁ ଘଟିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଶାସିନିପଡ଼ା ଗାଁ’ର ରଶ୍ମିତା ନାୟକ ନାମ୍ନୀ ଜଣେ ୩୫ ବର୍ଷୀୟ ସ୍ୱାମୀ ପରିତ୍ୟକ୍ତା ମହିଳା ଅସୁସ୍ଥ ଥିଲେ। ଝଡ଼ାଫୁଙ୍କା କରାଇ ଚିକିତ୍ସା ହେବା ନିମନ୍ତେ ସେ ଗତକାଲି କୁଜଙ୍ଗ ଅନ୍ତର୍ଗତ ବାଲିଆ ଏକ ଆଶ୍ରମକୁ ଆସିଥିଲେ। ସେଠାରେ କୁଆଡ଼େ ଜଣେ ୧୩ ବର୍ଷୀୟ ବାଳିକା ଝଡ଼ାଫୁଙ୍କା କରି ବିଭିନ୍ନ ରୋଗ ଆରୋଗ୍ୟ କରନ୍ତି।
ସେ ବାଳିକା-ଗୁଣୀ ସହଯୋଗୀମାନେ ଅସୁସ୍ଥ ରଶ୍ମିତାଙ୍କ ଦେହରୁ ଭୂତପ୍ରେତ ଛଡ଼ାଇବାକୁ ପିଟାପିଟି କରିବାରୁ ଆଜି ସକାଳେ ସେ ଆଶ୍ରମରେ ହିଁ ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ଶୁଣାଯାଉଛି।

ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର