ରାଇରଙ୍ଗପୁରରେ ପଥ ମହୋତ୍ସବ-୨୦୨୨ ଅନୁଷ୍ଠିତ; ମୁରୁଜରେ ଶୋଭାପାଇଲା ‘ମୋ ଜଗନ୍ନାଥ ଚିତ୍ରକଳା’

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ଶ୍ରୀଜଗନ୍ନାଥ ସ଼ଂସ୍କତି ଗବେଷଣା ପରିଷଦ ପକ୍ଷରୁ ମୁରୁଜ ଅଙ୍କନ ପ୍ରତିଯୋଗିତା ପଥ ମହୋତ୍ସବ – ‘ମୁରୁଜରେ ମୋ ଜଗନ୍ନାଥ’ ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ସମ୍ମାନିତ ଅତିଥି ଭାବେ ରାଇଙ୍ଗପୁର ମୁନିସିପାଲିଟିର ପୌରଧକ୍ଷ ଅଭିଷେକ ପଟ୍ଟନାୟକ, ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରା, ଉପଦେଷ୍ଟା ରାଧାଶ୍ଯାମ ପାତ୍ର, ଶିକ୍ଷାବିତ ପ୍ରଶାନ୍ତ ପରୀକ୍ଷା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ।
ପରିଷଦର ସଭାପତି ତିମିର ରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ପରିଷଦର ସାଧାରଣ ସମ୍ପାଦକ ରଞ୍ଜନ କୁମାର ନନ୍ଦ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ପ୍ରତିଯୋଗିତାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ମୁରୁଜ ଅଙ୍କନ ପ୍ରତିଯୋଗିତାରେ ୪୦ ଗୋଟି ଦଳରେ ୨୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ‘ରଥରେ ମୋ ଜଗନ୍ନାଥ’ ବିଷୟବସ୍ତୁ ଉପରେ ଆଧାରିତ ୧୦×୧୦ ବର୍ଗଫୁଟ୍ କ୍ଷେତ୍ରଫଳ ଆକାରର ୪୦ ଗୋଟି ମୁରୁଜ ଛବି ପ୍ରତିଫଳିତ ହୋଇଥିଲା ମୁରୁଜ ଦାଣ୍ଡରେ। ସକାଳ ୮ଟାରୁ ଆରମ୍ଭ ହୋଇଥିଵା ପ୍ରତିଯୋଗିତା ଦିନ ୧୧ଟାରେ ସରିବା ପରେ ଅଭିଜ୍ଞ ବିଚାରକମାନଙ୍କ ଦ୍ଵାରା ମୁଲ୍ଯାଙ୍କନ କରାଯାଇଥିଲା। ପରବର୍ତ୍ତୀ ସମୟରେ ମୁରୁଜ ପ୍ରଦର୍ଶନୀ ରାତ୍ର ୯.୩୦ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ ଥିଲା। ସଂଧ୍ୟାରେ ଆୟୋଜିତ ଉଦଯାପନୀ
ସଭାରେ ସଭାପତି ଶ୍ରୀ ପଣ୍ଡା, ମୁଖ୍ୟ ଅତିଥି ଭାବେ ବିଧାୟକ ନବଚରଣ ମାଝୀ, ମୁନିସିପାଲିଟି ଉପାଧ୍ୟକ୍ଷା ମମିତା ଚୈଧୁରୀ, ଉପଦେଷ୍ଟା ରାଧେଶ୍ଯାମ ପାତ୍ର, ସାମ୍ବାଦିକ ରବୀନ୍ଦ୍ର କୁମାର ପଟ୍ଟନାୟକ, ରାମେଶ୍ବରୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ପରିଷଦର ସାଧାରଣ ସମ୍ପାଦକ ରଞ୍ଜନ କୁମାର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୋଟ ୬ ଗୋଟି ଦଳଙ୍କୁ ପୁରସ୍କୃତ କରାଯାଇଥିଲା। ମା ଭବାନୀ ଆର୍ଟ- ପ୍ରଥମ, ଟ୍ରିପଲ ‘ଏ’ ଦଳ ଦ୍ଵିତୀୟ, ଜୟ ଜଗନ୍ନାଥ ଦଳ ତୃତୀୟ, ଡି.ଜେ. ଲେଡିଜ୍ ମେସ୍ ଚତୁର୍ଥ, ଆଇ.ବି.ସି.ଗ୍ରୁପ୍ ପଞ୍ଚମ, ମୋରିୟା ଆର୍ଟ ଦଳ ଷଷ୍ଠ ସ୍ଥାନ ଅଧିକାର କରିଥିଲେ। ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଦଳଙ୍କୁ ଯଥାକ୍ରମେ ୫୦୦୦/-, ୩୦୦୦/- ଓ ୨୦୦୦/-ଟଙ୍କା ପୁରସ୍କାର ରାଶି ଏବଂ ଚତୁର୍ଥ ,ପଞ୍ଚମ ଓ ଷଷ୍ଠ ଦଳଙ୍କୁ ସାନ୍ତ୍ଵନା ମୂଳକ ପୁରସ୍କାର ସହ ସବୁ ଦଳଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସଭାପତି କାଳୀ ପ୍ରସନ୍ନ ମହାନ୍ତି, ବିଜୟ କୁମାର ରାମ, ସଂଗଠନ ସମ୍ପାଦକ ଡଃ ଦିଗମ୍ବର ଗିରି ,ସହ-ସମ୍ପାଦକ ଡଃ ମିଲନ ମହାନ୍ତ, କିଶୋର କୁମାର ରଜକ,କାର୍ଯକାରୀ କମିଟିର ସଦସ୍ୟ କୌଶିକ ମହାନ୍ତି, ପୁଷ୍ପଲତା ମହାନ୍ତି, ଶିବଶଂକର ଆଚାର୍ଯ୍ୟ, ଡଃ ତନ୍ମୟୀ ରଥ, ଦିନେଶ ବେହେରା, ଚିତ୍ରଶିଳ୍ପୀ ଲଳିତ ଦାସ୍, ପ୍ରବଣ କୁମାର ମହାନ୍ତ ଓ ସାର୍ଥକ୍ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତାରେ ସହାୟତା ପ୍ରଦାନ କରିଥିଲେ ।
ସମ୍ବନ୍ଧିତ ଖବର