୬୫ ଲକ୍ଷ ଟ୍ରାଭେଲ୍‌ ବିଲ୍ ଠକେଇ ମାମଲା : ପାଠକ ବାପ,ପୁଅଙ୍କୁ ହାଇକୋର୍ଟରୁ ଜାମିନ

କଟକ : ଚାର୍ଟର୍‌ ବିମାନ ବୁକିଂ ବାବଦ ୬୫ ଲକ୍ଷ ୧୬ ହଜାର ଟଙ୍କା ଠକେଇ ନେଇ ଖାରବେଳନଗର ଥାନାରେ ରୁଜୁ ମାମଲାରେ ହାଇକୋର୍ଟ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ୨ ଲକ୍ଷ ଟଙ୍କାର ଦୁଇଜଣ ସ୍ଥାନୀୟ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ଉଭୟଙ୍କୁ ଜାମିନରେ ଛାଡ଼ିବେ। ଜାମିନରେ ଯିବାପରେ ଆବେଦନକାରୀ ଆବଶ୍ୟକବେଳେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବେ ଓ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ। ଏଥିସହିତ ତଥ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭୟକାନ୍ତ ଓ ଆକାଶ ପାଠକଙ୍କ ପୃଥକ ଜାମିନ ଆବେଦନର ଏକତ୍ର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଇନଜୀବୀ ସୌମିକ ତ୍ରିପାଠୀ, ଐଶ୍ବର୍ଯ୍ୟା ଦାସ, ଅଭିଷେକ ମହାନ୍ତି ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର