କୋର୍ଟରେ ହାଜର ହେବା ପରେ ଜେଲ ଗଲେ ପାଠକ ବାପା-ପୁଅ

ଭୁବନେଶ୍ବର: ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପାଠକ ବାପ-ପୁଅଙ୍କୁ ଭୁବନେଶ୍ବର କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ହେବା ପରେ ଏବେ ଦୁହିଁଙ୍କୁ ଜେଲ ପଠାଯାଇଛି। ଜେଲ ଯିବା ପୂର୍ବରୁ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ କହିଛନ୍ତି ଯେ, ଆମ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ମୋ ପୁଅ ଏବେ ବି ଟାଟାରେ ଚାକିରି କରୁଛି। ମୁଁ ସମସ୍ତଙ୍କୁ ସବୁୁ ପ୍ରମାଣ ଦେବି।

ସୂଚନା ମୁତାବକ, ୩ ଦିନିଆ ରିମାଣ୍ଡରେ ନେଇ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଘନଘନ ଜେରା କରିଥିଲା ଭିଜିଲାନ୍ସ । ଉଭୟ ବାପ, ପୁଅଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପରେ କଟକରୁ ଦୁଇଟି ଅଲଗା ଗାଡ଼ିରେ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା । ଗତକାଲି ଜେରା ବେଳେ ଆକାଶ ଟାଟା ମୋଟର୍ସରେ ଚାକିରି କରି ନ ଥିବା ନେଇ ସ୍ୱୀକାର କରିଥିଲେ ମଧ୍ୟ ଆଜି କୋର୍ଟରେ ନିଜର କଥା ବଦଳାଇଥିଲେ। ମୁଁ ଟାଟାରେ ଚାକିିରି କରୁଥିଲି, ଏବେ କମ୍ପାନି ମୋତେ ସାହାଯ୍ୟ କରୁନାହିଁ। ଆମ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ବାହାରକୁ ଆସିବା ପରେ ସବୁ ପ୍ରମାଣ ଦେବି ବୋଲି କହିଥିଲେ ଆକାଶ। ତେବେ ଅଧିକ ତଥ୍ୟ ପାଇଁ ଭିଜିଲାନ୍ସ ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟରଙ୍କୁ ଅଜଣା ସ୍ଥାନରେ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର