ପଥରଗାଡ଼ା ନକ୍ସଲଙ୍କ ଷଡ୍‌ଯନ୍ତ୍ର: ଜୁଏଲ୍‌

ରାଉରକେଲା : ସୁନ୍ଦରଗଡ଼ରେ ପଥରଗାଡ଼ି ଆନ୍ଦୋଳନ ଘଟଣାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ମୁହଁ ଖୋଲିଛନ୍ତି। ଏକ ଇଂରାଜୀ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ଶ୍ରୀ ଓରାମ କହିଛନ୍ତି ଯେ, ଅରାଜକତା ସୃଷ୍ଟି କରିବାଲାଗି ନକ୍ସଲମାନଙ୍କର ଏହା ଏକ ଷଡ଼୍‌ଯନ୍ତ୍ର।

ପେସା (ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସଂପ୍ରସାରଣ ଆଇନ-୧୯୯୬)ର ମୂଳନୀତି ହେଉଛି ନିଜ ଅଞ୍ଚଳରେ କେଉଁ ବିକାଶମୂଳକ କାମ ହେବ ବା ନ ହେବ ଗ୍ରାମସଭା ତାହା ନିର୍ଦ୍ଧାରଣ କରିବ। ଏ ଆଇନ ଲାଗୁ ହେବା ଉଚିତ, ଏଥିରେ ଦ୍ୱିମତ ନାହିଁ। କିନ୍ତୁ ପେସାର ଆଳରେ ପ୍ରଶାସନ, ପୁଲିସ୍‌ ବା ବାହାରର ଅନ୍ୟ ଲୋକଙ୍କ ପ୍ରବେଶକୁ ନିଷେଧ କରିବା ଯୁକ୍ତିଯୁକ୍ତ ନୁହେଁ। ନିର୍ବାଚିତ ଲୋକପ୍ରତିନିଧିଙ୍କ ଭୂମିକାକୁ ଅସ୍ୱୀକାର କରିବା ବା ସମାନ୍ତରାଳ ସରକାର ଚଳାଇବାକୁ ଏହି ଆଇନ ଅଧିକାର ଦେଇନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ସାକ୍ଷାତକାରରେ କହିଛନ୍ତି।

ସମ୍ବନ୍ଧିତ ଖବର