କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଫର୍ମପୂରଣ ଚଳିତ ମାସ ୮ତାରିଖରୁ ୨୯ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅନ୍ଲାଇନ୍ରେ କରାଯିବ। ମେଧାବୃତ୍ତିର ଷ୍ଟେଜ୍-୧ପାଇଁ ପଞ୍ଚମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୫୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ତଥା ଏବେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ। ସେହିପରି ଷ୍ଟେଜ୍-୨ ପାଇଁ ନବମରେ ପଢ଼ୁଥିବା ଯେଉଁ ଛାତ୍ରଛାତ୍ରୀ ସପ୍ତମ ବାର୍ଷିକ ପରୀକ୍ଷାରେ ୫୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିଲେ ସେହିମାନେ ଫର୍ମପୂରଣ କରିପାରିବେ। ଫର୍ମପୂରଣ କରିବା ପାଇଁ ପରୀକ୍ଷାର୍ଥୀଙ୍କୁ ଦେୟମୁକ୍ତ କରାଯାଇଥିବା ବେଳେ କେବଳ ଓଡ଼ିଆ ମାଧ୍ୟମ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇପାରିବେ। ୟୁପି, ୟୁଜିଏମ୍ଇ, ୟୁଜିୟୁପି ସ୍କୁଲରେ ଅଧୟନରତ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ସଂପୃକ୍ତ ବ୍ଲକ୍ ଶିକ୍ଷାଧିକାରୀ ଓ ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠାନର ମୁଖ୍ୟମାନେ ଫର୍ମପୂରଣ କରିବେ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାର କାର୍ଯ୍ୟସୂଚୀ ପରବର୍ତ୍ତି ସମୟରେ ପ୍ରକାଶ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମହାନ୍ତି କହିଛନ୍ତି।
ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫର୍ମ ପୂରଣ ୮ରୁ
/sambad/media/post_attachments/wp-content/uploads/2019/11/pathanisamanta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)