ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାଫଳ ପ୍ରକାଶିତ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା-୨୦୧୭ର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଏହି ପରୀକ୍ଷାଫଳ ବୋର୍ଡର ନିଜସ୍ୱ ଓ୍ଵବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ ହେଉଛି। ପରୀକ୍ଷାର୍ଥୀମାନେ ନିଜ ରୋଲ୍‌ ନମ୍ବର ବ୍ୟବହାର କରି ନିଜ ପରୀକ୍ଷାଫଳ ସଂକ୍ରାନ୍ତରେ ଜାଣିପାରିବେ। ଏହି ମେଧାବୃତ୍ତି ପରୀକ୍ଷା ୨୦୧୭ ନଭେମ୍ବର ମାସ ୭ ତାରିଖ ମଙ୍ଗଳବାର ଦିନ ରାଜ୍ୟର ୪୨୪ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଗଣିତ ମେଧାବୃତ୍ତି ପରୀକ୍ଷାର ଷ୍ଟେଜ୍‌-।(ଷଷ୍ଠ ଶ୍ରେଣୀରେ ପଢ଼ୁଥିବା) ବର୍ଗରେ ୪୮ହଜାର ୭୯୭ଜଣ ପରୀକ୍ଷାର୍ଥୀ ପଞ୍ଜିକରଣ କରିଥିବା ବେଳେ ପରୀକ୍ଷାରେ ୩୯୨୩ ଜଣ ଅନୁପସ୍ଥିତ ଥିଲେ। ସେହିପରି ଷ୍ଟେଜ୍‌-୨(ନବମ ଶ୍ରେଣୀରେ ଅଧ୍ୟୟନରତ) ବର୍ଗରେ ୪୪ହଜାର ୫୬୩ଜଣ ପଞ୍ଜିକରଣ କରିଥିବା ବେଳେ ୨୩୫୧ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଷ୍ଟେଜ୍‌ -୧ ବର୍ଗରେ ୧୬୦୦୮ଜଣ ଓ ଷ୍ଟେଜ୍‌-୨ରେ ୧୨୭୨୭ଜଣ ପ୍ରାର୍ଥୀ ଗଣିତ ମେଧାବୃତ୍ତି ପରୀକ୍ଷାରେ ୩୦ ପ୍ରତିଶତ ବା ତତୁର୍ଦ୍ଧ ନମ୍ବର ରଖିବାକୁ ସମର୍ଥ ହୋଇଥିବା ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର