ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ଫଳ ପ୍ରକାଶିତ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା(ପିଏମ୍‌ଏସ୍‌ଟି) ଫଳ ଶୁକ୍ରବାର ଅପରାହ୍‌ଣରେ ପ୍ରକାଶ ପାଇଛି। ପରୀକ୍ଷାର ଷ୍ଟେଜ୍-୧ରେ ୧୮ହଜାର ୯୮୩ଜଣ ଓ ଷ୍ଟେଜ୍‌-୨ରେ ୨୦ହଜାର ୮୩୨ଜଣ ପରୀକ୍ଷାର୍ଥୀ ୩୦ ବା ତାହାଠୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ‌ହି ପରୀକ୍ଷା ପାଇଁ ଷ୍ଟେଜ୍-୧ ପାଇଁ ୪୭ହଜାର ୩୭୮ଜଣ ଓ ଷ୍ଟେଜ୍‌-୨ ପାଇଁ ୩୭ହଜାର ୭୩୪ଜଣ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ଷ୍ଟେଜ୍‌-୧ରେ ୪୪୦୦ ଜଣ ଓ ‌ଷ୍ଟେଜ୍‌-୨ ପରୀକ୍ଷାରେ ୩୯୯୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ସେହିପରି ବିଭିନ୍ନ କାରଣରୁ ଷ୍ଟେଜ୍‌-୧ରେ ୨ଜଣ ଓ ଷ୍ଟେଜ୍‌-୨ରେ ଜଣେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରୁ ବାଦ୍ ଦିଆଯାଇଛି। ଏହି ପରୀକ୍ଷା ଚଳିତ ବର୍ଷ ଜାନୁଆରି ୧୫ତାରିଖରେ ରାଜ୍ୟର ୪୦୮ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାଫଳ ବୋର୍ଡର ନିଜସ୍ବ ୱେବ୍‌ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର