ବୋର୍ଡ ‌ୱେବ୍‌ସାଇଟ୍‌ରେ ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଆଡ୍‌ମିଟ୍‌ କାର୍ଡ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ପଠାଣୀ ସାମନ୍ତ ଗଣିତ ମେଧ୍ୟାବୃତ୍ତି ପରୀକ୍ଷା-୨୦୨୦ର ଆଡ୍‌ମିଟ୍‌ କାର୍ଡ ବୋର୍ଡର ନିଜସ୍ବ ୱେବ୍‌ସାଇଟ୍‌ www.bseodisha.ac.inରେ ଛଡାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବ୍ଲକ୍ ଶିକ୍ଷାଧିକାରୀ ସେମାନଙ୍କ ୟୁଜର ଆଇଡି ଓ ପାସ୍‌ୱାର୍ଡ ବ୍ୟବହାର କରି ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡକୁ ଲାଉନ୍‌ଲୋଡ୍‌ କରି ପିଲାଙ୍କୁ ଯୋଗାଇ ଦେବେ। ଏହ‌ି ପରୀକ୍ଷା ଫେବ୍ରୁଆରି ୫ ତାରିଖ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ରାଜ୍ୟର ୫୧୭ଟି ପରୀକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର