ବନ୍ତଳା: ଅନୁଗୁଳ ଜିଲ୍ଲା ପଥରଗଡ଼ ମଦ ମୃତ୍ୟୁ ମାମଲାରେ ପୁଲିସ ଚାରି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଥରଗଡ଼ ଗାଁର ଠିକାଦାର କାଳିଆ ଦେହୁରୀ(୩୦), ଜରପଡା ଥାନା ବଡ଼ହିଂସର ଗାଁର ଟୁକୁନା ଦେହୁରୀ(୩୦), ତାଳଚେର ଥାନା ଗୋବରା ଗାଁର ଶ୍ରୀକାନ୍ତ ସାହୁ(୩୧) ଓ ନିଶା ଥାନା ଝିଣ୍ଟି ପାଳ ଗାଁର ରଞ୍ଜିତ ସାହୁ।
କାଳିଆ ମଦ ତିଆରି କରୁଥିଲା। ତାକୁ ଟୁକୁନା ସ୍ପିରିଟ ଯୋଗାଉଥିଲା। ରଞ୍ଜିତ କାଳିଆକୁ ମହୁଲି ଦେଉଥିଲା। ମଦ ତିଆରି ପରେ ଶ୍ରୀକାନ୍ତକୁ କାଳିଆ ମଦ ଦେଉଥିଲା ବୋଲି ଅନୁଗୁଳ ଜିଲ୍ଲା ପୁଲିସ ଜଣାଇଛି।