କଟକ: ଏସ୍ସି‌ବି କୋଭିଡ ହସ୍ପିଟାଲ ସମ୍ମୁଖରେ ଉ‌ତ୍ତେଜନା। ରୋଗୀଙ୍କ ସମ୍ପର୍କୀୟଙ୍କୁ ହସ୍ପିଟାଲରୁ ବାହାରକୁ ବାହାର କରିଦେବାରୁ ଲୋକେ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଛନ୍ତି। ରୋଗୀ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ରୋଗୀଙ୍କ ସେବା କରିବା ପାଇଁ କେହି ନଥିବାରୁ ସେଠାରେ ଆମର ଉପସ୍ଥିତି ଜରୁରୀ ରହିଛି। ଅକ୍ସିଜେନ ଠାରୁ ଆରମ୍ଭ କରି ରୋଗୀଙ୍କ ସମସ୍ତ କାମ ସମ୍ପର୍କୀୟ ମାନେ କରିଥାଉ। ରୋଗୀଙ୍କ ‌ସେବା ଅଭାବରୁ ରୋଗୀଙ୍କର ମୃତ୍ୟୁ ହେଉଥିବା ମଧ୍ୟ ସମ୍ପର୍କୀୟମାନେ କହିଛନ୍ତି। ତେବେ ରୋଗୀଙ୍କ ପାଖକୁ ଛାଡ଼ିବାକୁ ଦାବି କରି ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଥିବା‌ବେଳେ ଖବର ପାଇ ସ୍ଥାନୀୟ ମଧୁପାଟଣା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରୋଗୀଙ୍କ ସମ୍ପର୍କୀୟଙ୍କୁ ବୁଝାସୁଝା କରୁଛି।

Advertisment

ସୂଚନା ଅନୁଯାୟୀ, ଗତକାଲି ରାତିରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଏସ୍‌ସିବି କୋଭିଡ ହସ୍ପିଟାଲରେ ଅଧଘଣ୍ଟାରୁ ଅଧିକ ହେବ ବିଦୁତ କାଟ ହୋଇଥିଲା। ଫଳରେ ରୋଗୀମାନେ ଛଟପଟ ହୋଇଥିଲେ। ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଥିବାରୁ ଆଜି ସେମାନଙ୍କୁ ହସ୍ପିଟାଲରୁ ବାହାରକୁ ବାହାର କରିଦେଥିବା ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି। ଏହାସହ ପାଖାପାଖି ୧୫ ଦିନ ପୂର୍ବରୁ ମଧ୍ୟ ଏସ୍‌ସିବି କୋଭିଡ ହସ୍ପିଟାଲରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ କୋଭିଡ ହସ୍ପିଟାଲରୁ ବାହାରକୁ ବାହାର କରିଦେଇଥିବାରୁ ଯାହାକୁ ଦେଇ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।