ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ରୋଗୀଙ୍କ ପାଇଁ ଆତ୍ମହତ୍ୟା ଜୋନ୍ ପାଲଟିଛି ବୋଲି ଚର୍ଚ୍ଚା ହେଉଛି। ଚିକିତ୍ସାଳୟକୁ ଆସୁଥିବା ରୋଗୀ ଚିକିତ୍ସାଳୟ ଛାତରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ଜିଲ୍ଲାବାସୀଙ୍କୁ ଚକିତ କରିଛି। ଗତ ୫ ଦିନ ମଧ୍ୟରେ ଜଣେ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ଜଣଙ୍କର ମୃତ୍ୟୁ ହେବା ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବୁଧବାର ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀ ଆଜି ଭୋର୍ରୁ ଚିକିତ୍ସାଳୟର ଚତୁର୍ଥ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବାବେଳେ ଚିକିତ୍ସା ଅବହେଳାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ହୋଇଛି। ମୃତ ରୋଗୀ ଜଣକ ହେଲେ, ପର୍ଜଙ୍ଗ ଥାନା ଅନ୍ତର୍ଗତ ଲୋଧଣୀ ଗ୍ରାମର ଦୁର୍ଯ୍ୟୋଧନ ନାଏକ (୫୦)।
ମିଳିଥିବା ସୂଚନା ଅନୁଯାୟୀ, ଲୋଧଣୀ ଗ୍ରାମର ଦୁର୍ଯ୍ୟୋଧନ ନାଏକ ଚଣ୍ଡୀଖୋଲର ଏକ ହୋଟେଲରେ କାମ କରୁଥିଲେ। ଗତକାଲି ଅସୁସ୍ଥତା ଅନୁଭବ କରିବାରୁ ସେ ତାଙ୍କ ଭଣଜାଙ୍କ ସହ ଗ୍ରାମକୁ ଫେରିଥିଲେ। ଗତକାଲି ରାତି ୧୦ଟା ପରେ ଗ୍ରାମକୁ ଗାଡ଼ି ମିଳି ନଥିଲା। ଅନ୍ୟପକ୍ଷରେ ଦୁର୍ଯ୍ୟୋଧନ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ଫଳରେ ତାଙ୍କ ଭଣଜା ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗତକାଲି ରାତି ୨ଟା ପରେ ଭଣଜାଙ୍କୁ ନିଦ ହୋଇଯାଇଥିଲା। ଏହାର ସୁଯୋଗରେ ଭୋର ୪ଟା ସମୟରେ ଦୁର୍ଯ୍ୟୋଧନ ଚିକିତ୍ସାଳୟର ୪ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ତଳେ ଥିବା ଏକ ଲୁହା ଗ୍ରିଲ୍ ଉପରେ ସେ ଖସିପଡ଼ିବାରୁ ତାଙ୍କ ଡାହାଣପଟ ଛାତିରେ ତାହା ପଶିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବରପାଇ ଟାଉନ୍ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ରଙ୍କ ସମେତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଜିଲ୍ଲାପାଳ ସରୋଜ କୁମାର ସେଠୀ ମଧ୍ୟ ଚିକିତ୍ସାଳୟରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି , ଏ ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ଆର୍ ଆଣ୍ତ ବି କର୍ମଚାରୀ ଆଜି ଆସି ମାପଚୁପ କରିନେଇଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ ପାହାଚ ଏବଂ ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ସ୍ଲାଇଣ୍ତିଂଗୁଡିକୁ ଆବଦ୍ଧ କରିଦିଆଯିବ। ସୁରକ୍ଷାକର୍ମୀଙ୍କୁ ନୋଟିସ୍ ଦିଆଯିବ ବୋଲି ସେ କହିଛନ୍ତି।
ପ୍ରକାଶଥାଉିକ, ଏହା ପୂର୍ବରୁ ଗତ ୧୩ ତାରିଖରେ ପର୍ଜଙ୍ଗ ଡମାସାହିର ଚନ୍ଦନ ନାୟକ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୫ ମହଲା କୋଠାରୁ ତଳକୁ ଡେଇଁ ପଡିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/dhenkanal-hospital-2.jpg)