ବଲାଙ୍ଗୀର : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବାବେଳେ ଜଣେ ରୋଗୀ ପ୍ରାଣ ହରାଇଛନ୍ତି। ମୃତ ବ୍ୟକ୍ତି ଜଣକ ଲୋଇସିଂହା ଥାନା ଅର୍ନ୍ତଗତ ଯୁଗିସୁର୍ଡା ଗ୍ରାମର ଚିତ୍ତରଞ୍ଜନ ମିଶ୍ର। ବୁଧବାର ସକାଳୁ ଚିତ୍ତରଞ୍ଜନ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ। ବହିର୍ବିଭାଗରେ ଚିକିତ୍ସା ହେବାପାଇଁ ଟିକଟ କାଉଣ୍ଟରରେ ଟିକେଟ କାଟି ଡାକ୍ତରଙ୍କ ପରାମର୍ଶ ନେବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ। ହଠାତ୍ ସେହିଠାରେ ସେ ଟଳି ପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ କାଜୁଆଲିଟିକୁ ନେଇ ଚିକିତ୍ସା କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଚିକିତ୍ସା ପାଇଁ ଧାଡ଼ିରେ ଛିଡ଼ା ହୋଇ ଟଳିପଡ଼ିଲେ
/sambad/media/post_attachments/wp-content/uploads/2022/03/dead-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)