ସୁନ୍ଦରଗଡ଼: ଖଟିଆରେ ବୁହା ହୋଇ ଆସୁଥିଲେ ରୋଗୀ, ହେଲେ ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି। ଗାଁକୁ ଭଲ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ ପାଖାପାଖି ୨ କିଲୋମିଟର ରାସ୍ତା ରୋଗୀଙ୍କୁ ଖଟରେ ବୋହି ଆମ୍ବୁଲାନ୍ସ ଯାଏ ଆଣିଲା ବେଳକୁ ରାସ୍ତାରେ ହିଁ ଗୁରୁତର ରୋଗୀଙ୍କର ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ସାନ ପତ୍ରାପାଲି ପଞ୍ଚାୟତ ପାତକିଯୋର ଗାଁରେ।

Advertisment

ଗାଁର ଆମ୍ବକୁନିପଡ଼ା ର ୭୦ ବର୍ଷ ବୟସ୍କ ବିଛୁ ଦଣ୍ଡସନାଙ୍କର ହଠାତ ଦେହ ଅସୁସ୍ଥ ହେବା ଯୋଗୁଁ ଆମ୍ବୁଲାନ୍ସକୁ ଡକାଯାଇଥିଲା। ହେଲେ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇ ପାରିନଥିଲା। ଶେଷରେ ଗାଁର କେତେଜଣ ଯୁବକ ୨ କିମି ଖଟରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କିଞ୍ଜିରକେଲା ମେଡିକାଲକୁ ଅଣା ଯାଇଥିଲା ଏବଂ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।