୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର, ଚିକିତ୍ସା ଲାଗି ମହିଳା କିମ୍ସସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର: ରାଜ୍ୟ ସରକାର ୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି । ସେ ୟୁନିଟ-୪ସ୍ଥିତ ମଧୁସୂଦନ ନଗରର ୪୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ସମ୍ଭବତଃ ତାଙ୍କର ସଂକ୍ରମଣର କାରଣ ହୋଇପାରେ। ଆକ୍ରାନ୍ତ ଜଣକ ମହିଳା ଓ ତାଙ୍କୁ ୩୫ ବର୍ଷ ବୋଲି ସୂଚନା ରହିଛି।
ସେ ମାର୍ଚ୍ଚ ୨୦ରୁ ଏପ୍ରିଲ ୩ ମଧ୍ୟରେ ମଧୁସୂଦନ ନଗରସ୍ଥିତ ଘରେ ଥିଲେ । ଏପ୍ରିଲ ୪ରେ ରେଡକ୍ରସ ଭବନ ଅଂଚଳକୁ ଯାଇଥିଲେ । ସେହିପରି ସେ ଏପ୍ରିଲ ୬ରେ କ୍ୟାପିଟାଲ ହସ୍ପିଟାଲ ଅଂଚଳକୁ ଯାଇଥିଲେ । ମହିଳା ଜଣକ ଏପ୍ରିଲ ୭ରୁ ୧୦ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୧୦ରେ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା । ଏଥି ସହିତ ତାଙ୍କୁ କ୍ରମାଗତ ଭାବେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଥିଲା । ଏପ୍ରିଲ ୧୦ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ଆଜି କିମ୍ସସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।
Patient Travel History of #Covid19
Case no: 49 pic.twitter.com/Mc9peySXpi
— I & PR Department, Odisha (@IPR_Odisha) April 11, 2020
ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ୭୨ ବର୍ଷିଅ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏବେ ୩୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ଥିବା ବେଳେ ସେଥିରୁ ୩୫ ଜଣଙ୍କ ଠାରେ କୌଣସି କରୋନା ଲକ୍ଷଣ ନାହିଁ । ରାଜ୍ୟର ୮୦ ପ୍ରତିଶତ କରୋନା ପଜିଟିଭ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।