ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା, ଡାକ୍ତରଙ୍କ ଭୁଲ ଅପରେସନ ପାଇଁ ଚାଲିଗଲା ମହିଳାଙ୍କ ଜୀବନ

ଯାଜପୁର: ଡାକ୍ତରଙ୍କ ଭୁଲ ଅପରେସନ ପାଇଁ ଗଲା ମହିଳାଙ୍କ ଜୀବନ । ଏହାକୁ ନେଇ ଗାଁ ଲୋକେ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।

ଗତକାଲି ଭୂବନ ଗାଁର ଅଂଜଳି ବେହେରା ପ୍ରସବ ପାଇଁ ୧୦୨ଆମ୍ବୁଲାନ୍‌ସରେ ଯାଜପୁର ଜିଲ୍ଳା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ପ୍ରସବ କରିବାପାଇଁ ଡାକ୍ତରଖାନା ଇନଚାର୍ଜରେ ଥିବା ଡାକ୍ତର ମାନସ ରଂଜନ ସ୍ୱାଇଁ ମହିଳାଙ୍କୁ ଇଂଜେକ୍ସନ ଦେଇଥିଲେ ଏବଂ ଭେନ କାଟିଥିଲେ । କିନ୍ତୁ ଶିଶୁ ଜନ୍ମ ହେଲା ପରେ ରକ୍ତ ପ୍ରବାହ ବନ୍ଦ ହୋଇନଥିଲା ।

ଏହାକୁ ଦେଖି ମହିଳାଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତରଣ କରିଥିଲେ ଡାକ୍ତର । କିନ୍ତୁ ଆସିବା ବାଟରେ ହିଁ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହି ଖବର ପାଇବା ପରେ ଉତ୍ୟକ୍ତ ଗାଁ ଲୋକେ ରାତି ୧୧ଟାରେ ଡାକ୍ତରଖାନା ଆସି ପହଞ୍ଚିଥିଲେ । ଡାକ୍ତରଖାନା ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଥିଲେ ଏବଂ ଡାକ୍ତରଖାନାରେ ବ୍ୟପକ ଭଙ୍ଗାରୁଜା କରିଥିଲେ ।

ସମ୍ବନ୍ଧିତ ଖବର