ପୁରୀ : ଶ୍ରୀମନ୍ଦିରରେ ପୁଣି ଆଉ ଏକ ଅଘଟଣ ଘଟିଛି। ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଓ ପବନ ହେବା ଫଳରେ ପତିତପାବନ ବାନା ଉଡ଼ି ଯାଇଥିଲା। ଚଳିତ ମାସ ୮ ତାରିଖରେ ମଧ୍ୟ ପତିତପାବନ ବାନା ଛିଡ଼ିଥିଲା। ଠିକ୍ ୨୦ ଦିନ ପରେ ପୁଣି ଥରେ ଏହି ଅଘଟଣ ଘଟିଛି। ବାରମ୍ବାର ଏହି ଅଘଟଣ ବିଶ୍ୱ ପାଇଁ ବିପଦ ଆସୁଥିବାର ସଙ୍କେତ ବୋଲି ପଣ୍ଡିତମାନେ ମତ ଦେଇଛନ୍ତି। ବାନା ଉଡ଼ିଗଲେ ଶ୍ରୀମନ୍ଦିରରେ ନୂତନ ବାନା ବନ୍ଧା ନହେବା ପର୍ଯ୍ୟନ୍ତ ନୀତି ଆଗକୁ ବଢ଼ିପାରେ ନାହିଁ। ନୂତନ ବାନା ବନ୍ଧା ହେବା ପର୍ଯ୍ୟନ୍ତ ନୀତି ଅଟକି ରହେ। କିନ୍ତୁ ଏହି ବଡ଼ ବାନା ଛଡ଼ା ଅନ୍ୟ ବାନା ସବୁ ନୀଳଚକ୍ରରେ ଲାଗି ରହି ଥିବାରୁ ନୀତିରେ ସମସ୍ୟା ହୋଇନଥିବା ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ପୂର୍ବରୁ ଅନେଇ ଥର ବାନା ଉଡ଼ିଯିବା ନଜିର ରହିଛି। କିନ୍ତୁ ଏବେ ଲଗାତାର ଏଭଳି ବାନା ଉଡ଼ିଯିବାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଚୁନରା ସେବକମାନେ ଅପରାହ୍ନରେ ପୁନର୍ବାର ବାନା ବାନ୍ଧିଥିଲେ।
ଉଡ଼ିଗଲା ପତିତପାବନ ବାନା
/sambad/media/post_attachments/wp-content/uploads/2017/09/nilachakra-re-bana-nahi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)