୬୦ ଦିନ ଘୁଞ୍ଚିଲା ପାଟକୁରା ନିର୍ବାଚନ : ଫନି ପ୍ରଭାବିତ କାରଣରୁ କମିସନଙ୍କ ନିଷ୍ପତ୍ତି, ସ୍ଥିତିରେ ସୁଧାର ପରେ ତାରିଖ ଧାର୍ଯ୍ୟ ହେବ

ଭୁବନେଶ୍ବର : ଶେଷରେ ଭାରତର ନିର୍ବାଚନ କମିସନ ପାଟକୁରା ବିଧାନସଭା ନିର୍ବାଚନକୁ ୬୦ ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି। ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଜନିତ ବିପର୍ଯ୍ୟୟ ପାଇଁ କମିସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସ୍ଥିତି ସୁଧୁରିବା ପରେ ସେଠାରେ ମତଦାନ ତାରିଖ ଘୋଷଣା ସଂପର୍କରେ ନିଷ୍ପତ୍ତି ନିଆଯିବ।

କମିସନଙ୍କ ଏଭଳି ଘୋଷଣା ପରେ ପାଟକୁରା ବିଧାନସଭା ଆସନ ନିର୍ବାଚନୀ ଉଷ୍ଣତା ଶିଥିଳ ହୋଇଯାଇଛି। ଆସନ୍ତା ୧୯ ତାରିଖରେ ଏହି ଆସନରେ ନିର୍ବାଚନ ହେବ ବୋଲି ଏପ୍ରିଲ ୨୪ ତାରିଖରେ କମିସନ ସମୟ ଧାର୍ଯ୍ୟ କରିଥିଲେ।

ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ େପ୍ରସ ଇସ୍ତାହାରରେ କହିଛନ୍ତି, େବଦପ୍ରକାଶ ଅଗ୍ରଵାଲଙ୍କ ବିେୟାଗ ପରେ ଏହି ଆସନରେ ନିର୍ବାଚନ ସ୍ଥଗିତ ରହିଥିଲା। ପରେ କମିସନ ୧୯ ତାରିଖରେ େଭାଟଗ୍ରହଣ େହବ େବାଲି େଘାଷଣା କରିଥିଲେ। ଏହି କ୍ରମରେ ବିଜୁ ଜନତା ଦଳ ଇତିମଧ୍ୟରେ ପ୍ରାର୍ଥୀ େଘାଷଣା କରିଥିଲା। ତେବେ ଫନି ବାତ୍ୟା ପାଇଁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି।

ଉଲ୍ଲେଖଥାଉକି, ଏପ୍ରିଲ ୨୯ ତାରିଖ ଦିନ ପାଟକୁରା ଆସନ ଲାଗି ନିର୍ବାଚନ େହବା କଥା। ହେଲେ ବିେଜଡି ପ୍ରାର୍ଥୀ ଅଗ୍ରଵାଲଙ୍କ ବିେୟାଗ ପରେ କମିସନ ପ୍ରଥମେ ଏଠାରେ ନିର୍ବାଚନ ସ୍ଥଗିତ କରିଥିଲେ। ପରେ େମ’୧୯ ତାରିଖରେ ମତଦାନ ଲାଗି ଦିନ ଧାର୍ଯ୍ୟ କରିଥିଲେ। ବିେଜପି ପ୍ରାର୍ଥୀ ବିଜୟ ମହାପାତ୍ର ଓ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ପ୍ରମୁଖଙ୍କ ପ୍ରାର୍ଥିପତ୍ର କାଏମ ଥିଲା। କେବଳ ବିେଜଡି ପ୍ରାର୍ଥୀ େଘାଷଣା କରିବା କଥା କୁହାଯାଇଥିଲା ଓ ଗତ ୧ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲର େଶଷ ତାରିଖ ଥିଲା। ଏହା ପୂର୍ବରୁ ବିେଜଡି ଅନୁକମ୍ପା େଭାଟ ଗୋଟାଇବା ଲାଗି ବିେଜପୁର ଉପନିର୍ବାଚନ ଶୈଳୀରେ େବଦପ୍ରକାଶଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଥିଲା। ଗତ ୩୦ ତାରିଖ ଦିନ ଶ୍ରୀମତୀ ଅଗ୍ରଵାଲ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି େଖାଦ୍ ବିେଜଡି ରାଜ୍ୟ ସଭାପତି ନବୀନ ସେହିଦିନ ହିଁ ପାଟକୁରା ନିର୍ବାଚନ ସ୍ଥଗିତ ରଖିବା ଲାଗି ନିର୍ବାଚନ କମିସନଙ୍କୁ େଭଟି ନିବେଦନ କରିଥିଲେ। ବିେଜପି ପକ୍ଷରୁ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ େନତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧର ପ୍ରତିବାଦ କରି ବାତ୍ୟା ପରେ ସ୍ଥିତି ଦେଖି ପଦକ୍ଷେପ ନେବା ଲାଗି କମିସନଙ୍କୁ େଭଟି ଜଣାଇଥିଲେ।

ଏହି ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଅପେକ୍ଷା କରିଥିଲେ, େବଦୁଙ୍କ ପତ୍ନୀ ସାବିତ୍ରୀଙ୍କୁ ଅନୁକମ୍ପା େଭାଟ ମିଳିବ ନା ଷଡ଼ଯନ୍ତ୍ର କାରଣରୁ ବିଧାନସଭା ଯାଇପାରୁନଥିବା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସପକ୍ଷରେ ଜନମତ ଯିବ। ଏହାକୁ ନେଇ ରାଜନୀତି େରାଚକ ସ୍ଥିତିରେ ଥିବା ବେଳେ କମିସନଙ୍କ ଆଜିର ନିଷ୍ପତ୍ତି ସବୁ କଳ୍ପନାଜଳ୍ପନାେର ବର୍ତମାନ ପାଇଁ ପୂର୍ଣ୍ଣଛେଦ ପକାଇଛି। ରାଜ୍ୟରେ ନୂଆ ସରକାର ଗଠନ ପରେ ଯାଇ ଏହି ଆସନରେ ନିର୍ବାଚନ େହବ। ପୂର୍ବରୁ ରାଜ୍ୟର ୧୪୬ ଆସନ ଲାଗି େଭାଟଗ୍ରହଣ ସରିଛି।

ସମ୍ବନ୍ଧିତ ଖବର