ପାଟକୁରା ନିର୍ବାଚନ ଭୋଟ୍‌ ଗଣତି: ସପ୍ତମ ରାଉଣ୍ଡ୍‌ରେ ବିଜେଡି ୧୧, ୭୯୧ ଭୋଟ୍‌ରେ ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନର ଷଷ୍ଠ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୧୧, ୭୯୧ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି।

ବିଜେଡି ପ୍ରାର୍ଥିନୀଙ୍କ ସପକ୍ଷରେ ୪୨୦୩୭ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ସପକ୍ଷରେ ଯାଇଛି ୩୦୨୪୬ ଖଣ୍ଡ ଭୋଟ୍‌।

କଂଗ୍ରେସ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ପାଇଛନ୍ତି ମାତ୍ର ୧୧୦୭ ଖଣ୍ଡ ଭୋଟ୍‌।

ଡେରାବିଶ ବ୍ଲକ୍‌ର ଆଉ ଗୋଟିଏ ରାଉଣ୍ଡ୍‌ ଭୋଟ୍‌ ଗଣତି ବାକି ରହିଛି। ଏହି ବ୍ଲକ୍‌ର ୧୪୫ଟି ବୁଥ୍‌ରେ ବିଜେଡିର ଭୟ ଥିଲା। ପରବର୍ତ୍ତୀ ୧୬୪ ବୁଥ୍‌ ବିଜେପି ପ୍ରାର୍ଥୀ ବିଜୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ।

କେନ୍ଦ୍ରପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ୍‌ ଚାଲିଥିବା ଭୋଟ୍‌ ଗଣତିରେ ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ ଭୋଟ୍‌ ଗଣତି ହୋଇଥିଲା।

ତା’ପରେ ଇଭିଏମ୍‌ ସିଲ୍‌ ଖୋଲାଯାଇ ଡେରାବିଶ ବ୍ଲକ୍‌ର ଭୋଟ୍‌ ଗଣତି ହୋଇଥିଲା। ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷରେ ବିଜେଡି ପ୍ରାର୍ଥିନୀ ଆଗୁଆ ଥିବାରୁ ଖବର ମିଳିଥିଲା।

ସମ୍ବନ୍ଧିତ ଖବର