ପାଟକୁରା ନିର୍ବାଚନ ଭୋଟ୍‌ ଗଣତି: ୧୬ତମ ରାଉଣ୍ଡ୍‌ରେ ୧୭,୨୩୪ ଭୋଟରେ ଆଗରେ ବିଜେଡି

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନର ଷୋଡ଼ଶ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୧୭, ୨୩୪ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି।

୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୭୦୮୭ ଭୋଟରେ ଆଗୁଆ ରହିଥିଲା । ୧୫ ରାଉଣ୍ଡ ସୁଦ୍ଧା ବିଜେଡିକୁ ୮୪୩୭୧, ବିଜେପିକୁ ୬୭୨୮୪ ଓ କଂଗ୍ରେସକୁ ମିଳିଛି ମାତ୍ର ୧୯୩୩ ଭୋଟ୍ ।

ପାଟକୁରାରେ କିଏ ହେବ ବିଧାୟକ ତାହା କ୍ରମଶଃ ସ୍ପଷ୍ଟ ହୋଇଯାଉଛି ? ବିଜୁ ଜନତା ଦଳ ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ଦେଖିବାକୁ ମିଳିଛି ।  କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗଣତି । ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। । ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ପାଟକୁରାରେ ୩୦୯ ଟି ବୁଥ୍ ଥିବାରୁ ଏଠାରେ ୧୮ଟି ରାଉଣ୍ଡରେ ଗଣତି ହେବ । ଏଥିପାଇଁ ୧୮ଟି ଟେବୁଲର ବ୍ୟବସ୍ଥା ହୋଇଛି ।

ସମ୍ବନ୍ଧିତ ଖବର